Odiapua.com

ବନ୍ୟା ବିପଦ ପରେ ଏବେ ଦାଉ ସାଧୁଛି ବିଦ୍ୟୁତ୍ : ଉପୁଡି ପଡିଛି ବିଦ୍ୟୁତ ଖୁଣ୍ଟ, ଅନ୍ଧାର ଘେରରେ ଡ଼େଲାଙ୍ଗ ଓ କଣାସ

ପୁରୀ ୨୨-୮ (ଓଡ଼ିଆ ପୁଅ) ବନ୍ୟା ବିପଦ ପରେ ଏବେ ଦାଉ ସାଧୁଛି ବିଦ୍ୟୁତ୍। ଉପୁଡି ପଡ଼ିଛି ବିଦ୍ୟୁତ ଖୁଣ୍ଟ। ଦୁଇ ଦିନ ହେବ ଅନ୍ଧାର ଘେରରେ ପୁରୀ ଜିଲ୍ଲାର ଡ଼େଲାଙ୍ଗ ଓ କଣାସ ଅଞ୍ଚଳର ଲୋକ। ଦୟା ନଦୀରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ବିଦ୍ୟୁତ ଖୁଣ୍ଟ ଗୁଡିକ ଉପୁଡ଼ି ପଡିଛି। ତେଣୁ ଦୁଇ ଦିନ ହେବ ବିଦ୍ୟୁତ ସେବା ବନ୍ଦ ରହିଛି।

ଏହାଦ୍ୱାରା ପ୍ରାୟ ୩୦ ହଜାର ବିଦ୍ୟୁତ ଉପଭୋକ୍ତା ଅନ୍ଧାରରେ ରହିଛନ୍ତି। ବିଦ୍ୟୁତ ସଂଯୋଗ ପାଇଁ ଟାଟା ପାୱାର ଉଦ୍ୟମ କରିଛି। ପାଖାପାଖି ଆଠ ଘଣ୍ଟା ଧରି ଟାଟା ପାୱାରର କର୍ମଚାରୀ ବିଦ୍ୟୁତ ସେବାକୁ ସଜାଡ଼ିବାକୁ ପ୍ରୟାସ କରିଥିଲେ। ମୋଟର ବୋଟ ସାହାଯ୍ୟରେ ତାର ଟାଣି ବିଦ୍ୟୁତ ସଂଯୋଗକୁ ସ୍ୱାଭାବିକ କରିବାକୁ ପ୍ରୟାସ କରିଥିଲେ। ହେଲେ ପ୍ରୟାସ ସଫଳ ହୋଇ ପାରିନାହିଁ।