Odiapua.com

ବନ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ କିଟ୍ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ପଂଚାୟତରେ ବନ୍ୟା ବିପନ୍ନ ମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ରିଲିଫ କିଟ ପ୍ରଦାନ କରାଯାଇଛି । ବନ୍ୟା ଯୋଗୁଁ ପ୍ରଭାବିତ ପରିବାର କୁ ଚି଼ହ୍ନଟ କରାଯାଇ ଆବଶ୍ୟକୀୟ ରାସନ ସାମଗ୍ରୀ ସହ ମେଡିକାଲ ସାମଗ୍ରୀ ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ବୈତରଣୀ ଏବଂ ସାଳନ୍ଦୀ ନଦୀରେ ଏକାଧିକ ବାର ବନ୍ୟା ହେବା ଫଳରେ ଚାନ୍ଦବାଲି ବ୍ଲକର ଅନେକ ଅଂଚଳ ବନ୍ୟା ପ୍ରଭାବିତ ହୋଇଥିଲା । ମାଧପୁର ପଂଚାୟତର ବହୁ ଗ୍ରାମରେ ବନ୍ୟା ଜଳ ପ୍ରବେଶ କରିବାରୁ ଲୋକଙ୍କ ଜନ ଜୀବନ ପ୍ରଭାବିତ ହେବା ସହ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡିଥିଲା । ଏପରି ପରିସ୍ଥିତି ରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବନ୍ୟା ପ୍ରଭାବିତ ପରିବାର ଙ୍କୁ ରିଲିଫ କିଟ ପ୍ରଦାନ କରାଯାଇଛି । ଏହି କିଟ ରେ ବିଭିନ୍ନ ରାସନ ସାମଗ୍ରୀ ସହ ବନ୍ୟା ପରବର୍ତୀ ସମୟରେ ଆବଶ୍ୟକ ହେଉଥିବା ମେଡିକାଲ ସାମଗ୍ରୀ ମଧ୍ୟ ରହିଛି । ଏହା ଦ୍ୱାରା ବନ୍ୟାବିପନ୍ନ ପରିବାର ଗୁଡିକ ଖାଦ୍ୟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତତ୍କାଳ ଆବଶ୍ୟକତା କିଛି ମାତ୍ରା ରେ ସହାୟତା ହୋଇପାରିବ । ମାଧପୁର ପଂଚାୟତର ପ୍ରାୟ ୨ ୧ହଜାର ୫୦ ପରିବାରକୁ ଏହି ରିଲିଫ କିଟ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଛି ।