Odiapua.com

ବନ୍ୟା ପୀଡିତଙ୍କୁ ରନ୍ଧା ଖାଦ୍ୟ ପରଷିଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୦୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ବଡ଼ୌଦରାରେ ଏବେ ଭୀଷଣ ବନ୍ୟା । ବନ୍ୟା ପୀଡ଼ିତଙ୍କ ପାଇଁ ବିଭିନ୍ନ ସ୍ଥାନରୁ ସହାୟତାର ହାତ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍‌ ଖେଳାଳି ୟୁସୁଫ ପଠାନ୍‌ ଓ ଭାଇ ଇରଫାନ୍‌ ପଠାନ୍‌ ମଧ୍ୟ ବିପନ୍ନଙ୍କ ସହାୟତା କରୁଛନ୍ତି ।

ଅନ୍ୟ ସାଥୀଙ୍କ ସହ ମିଶି ୟୁସୁଫ ନିଜେ ରୋଷେଇ କରିବା ସହ ରନ୍ଧା ଖାଦ୍ୟକୁ ପ୍ୟାକେଟ୍‌ କରି ବନ୍ୟାଞ୍ଚଳକୁ ପଠାଉଛନ୍ତି । ଏଥିରେ ତାଙ୍କୁ ଭାଇ ଇରଫାନ୍‌ ପଠାନ୍‌ ଏବଂ ଅନ୍ୟ ସାଥୀମାନେ ସହାୟତାରେ ଏହି କାମ କରିଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ୟୁସୁଫ ପଠାନ୍‌ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।