Odiapua.com

ବନ୍ୟା ପାଣିରୁ ଓଦା ବହି ସଂଗ୍ରହ କରି ଆଦିବାସୀ ଛାତ୍ରୀ କାନ୍ଧୁଥିବାର ଭିଡିଓ ଭାଇରାଲ ଦେଖି ବଲିଉଡ୍ ଅଭିନେତା ସୋନୁ ସୁଦ ସହାୟତାର ହାତ ବଢାଇଲେ

ମାଲକାନଗିରି, ୨୨ା୮ (ଓଡିଆ ପୁଅ) ବନ୍ୟାଜଳରେ ଘରଭାଙ୍ଗି ପାଠ୍ୟପୁସ୍ତକ ନଷ୍ଟ ହୋଇଯାଇଥିବା ଦେଖି ଓଦା ବହିକୁ ଧରି କାନ୍ଦୁଥିବାର ଦୃଶ୍ୟ ଭଡିଓ ଭାଇରାଲ ହେବାର ଦେଖି ସହାୟତାର ହାତ ବଢାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ମାଲକାନଗରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ଗତ୧୬ ତାରିଖ ଦିନ ପ୍ରବଳ ବର୍ଷା ହେବା ଦ୍ୱାରା ବିଜାପୁରରେ ବନ୍ୟାଜଳ ପ୍ରବେଶ କରି ଅନେକ ଲୋକଙ୍କ ଘରଦ୍ୱାରା ଭାଙ୍ଗିଯାଇଥିଲା। ସେହି ବିଜାପୁରର ଜଣେ ଗରିବ ଆଦିବାସୀ ପରିବାରଙ୍କ ଘରମଧ୍ୟ ଭାଙ୍ଗି ଭୁଷୁଡି ପଡିଥିଲା। ସେହି ଘରର ଅଞ୍ଜଳି ନାମୀ ଜଣେ ଝିଅ ଙ୍କର ପାଠ୍ୟପୁସ୍ତକ ସବୁ ଘରକାନ୍ଥ ତଳେ ଚାପି ହୋଇ ନଷ୍ଟ ହୋଇ ଯାଇଥିଲା। ଗରିବ ଝିଅ ଅଞ୍ଜଳି ହାଇସ୍କୁଲରେ ଭଲ ପାଠ ପଢୁଥିବାରୁ ବହୁକଷ୍ଟରେ ବାପା ମୂଲ ମଜୁରୀ ଲାଗି ବହିଗୁଡିକୁ କିଣି ଆଣି ଦେଇଥିଲେ। ନୂଆ ବହିଗୁଡିକ ପାଣିରେ ଓଦା ହୋଇ ଯାଇଥିବାରୁ ସେ କିପରି ପାଠପଢିବ ଭାବି ସେହି ବହି ଗୁଡିକୁ ପାଣି ସଂଗ୍ରହ କରି ଓଦା ବହିଗୁଡିକୁ ପେଟତଳେ ଚାପିଧରି ଭୋ ଭୋ ହୋଇ କାନ୍ଦିଥିଲା ଅଞ୍ଜଳି। ତାର ପାଠପଢା ଓ ବହିପ୍ରତି ଆଦର ଦେଖି ବନ୍ୟାଚଂଳ ପରିଦର୍ଶନରେ ଯାଇଥିବା ମୁକେଶ ଚନ୍ଦ୍ରକର ନାମକ ଜଣେ ଯୁବକ ମୋବାଇଲେ ଭିଡିଓ କରି ଟୁଇଟ କରି ସେୟାର କରିଦେଇଥିଲେ। ସେଥିରେ ସେ ଲେଖିଥିଲେ ଜଣେ ଆଦିବାସୀ ଛାତ୍ରୀଙ୍କର ପାଠପଢା ସହ ବହିପ୍ରତି ପ୍ରଥମ ଥର ଏପରି ସ୍ନେହ ଓ ଭଲପାଇବା ବିରଳ ଦୃଶ୍ୟ, ଏହାବ୍ୟତିତ ତାଙ୍କର ଦାରିଦ୍ରତା ସଂପର୍କରେ ସେ ଉଲେଖ୍ୟ କରିଥିଲେ। ଏହି ଭିଡିଓ ବଲିଉଡ୍ ହିରୋ ସୋନୁ ସୁଦ ଦେଖିବା ପରେ ସେ ଟୁଇଟ କରି ଲେଖିଛନ୍ତି ଲୁହ ପୋଛ ଭଉଣୀ, ବହିବି ନୂଆ ଆସିବ, ଘରବି ନୂଆ ହେବ। ଏହି ଟୁଇଟ ଖବର ପାଇ ଅଞ୍ଜଳି ଙ୍କ ସହ ସମଗ୍ର ବିଜାପୁର ବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି। ଗରିବ ଆଦିବାସୀ ଛାତ୍ରୀଙ୍କୁ ସହାୟତାର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଥିବା ବଲିଉଡ୍ ହିରୋ ସୋନୁଙ୍କୁ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ, କରୋନା ମହାମାରୀର ଲକଡାଉନ ସମୟରେ ପ୍ରବାସୀ ମାନଙ୍କୁ ସହାୟତାର ହାତବଢାଇ ଚର୍ଚ୍ଚାରେ ଆସିଥିବା ସୋନୁ ପୁଣି ଜଣେ ଗରିବ ଛାତ୍ରୀଙ୍କୁ ସହାୟତା ଯୋଗାଇବା ପାଇଁ ଅଣ୍ଟାଭିଡିଥିବାରୁ ସମସ୍ତେ ତାଙ୍କର ଏହି ସମାଜସେବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।