Odiapua.com

ବନ୍ୟା ପରିସ୍ଥିତି: ଭଦ୍ରକରେ ୫ଟି ବ୍ଲକର ୩୫୨ ଅଙ୍ଗନବାଡ଼ି କେନ୍ଦ୍ର ଓ ୧୨୬ ସ୍କୁଲ ବନ୍ଦ

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ଓ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ନିର୍ଦେଶକ୍ରମେ ଶିଶୁମାନଙ୍କ ସୁରକ୍ଷା ଓ ନିରାପତା ନିମନ୍ତେ ଆସନ୍ତା ୨୦ଅଗଷ୍ଟ ୨୦୨୬ (ଗୁରୁବାର) ଦିନ ଜିଲ୍ଲାର ୫ଟି ବ୍ଲକର (ଭଣ୍ଡାରିପୋଖରୀ, ତିହିଡ଼ି, ଭଦ୍ରକ, ଚାନ୍ଦବାଲି ଓ ଧାମନଗର), ୩୫୨ଟି ଅଙ୍ଗନବାଡ଼ି କେନ୍ଦ୍ର ଓ ୧୨୬ ଟି ସ୍କୁଲ ବନ୍ଦ ରହିବ।