Odiapua.com

ବନ୍ୟା ପରିସ୍ଥିତି: ଭଦ୍ରକରେ ୨ଟି ବ୍ଲକର ୬୯ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଓ ନିରାପତା ନିମନ୍ତେ ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି , ୨୬ ଅଗଷ୍ଟ ୨୦୨୬ (ବୁଧବାର) ଦିନ ଜିଲ୍ଲାର ୨ଟି ବ୍ଲକର (ତିହିଡ଼ି ଓ ଚାନ୍ଦବାଲି), ୬୯ଟି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।