Odiapua.com

ବନ୍ୟା ପରିସ୍ଥିତି: ଭଦ୍ରକରେ ୨୨୫ ଅଙ୍ଗନବାଡ଼ି କେନ୍ଦ୍ର ଓ ୧୩୯ ଟି ସ୍କୁଲ ବନ୍ଦ

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ସୁରକ୍ଷା ଓ ନିରାପତା ନିମନ୍ତେ ଆସନ୍ତାକାଲି , ୨୨ଅଗଷ୍ଟ ୨୦୨୬ (ଶନିବାର) ଦିନ ଜିଲ୍ଲାର ୫ଟି ବ୍ଲକର (ତିହିଡ଼ି, ଭଦ୍ରକ, ଚାନ୍ଦବାଲି ,ବାସୁଦେବପୁର ଓ ଧାମନଗର), ୨୨୫ଟି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୧୩୯ଟି ସ୍କୁଲ ବନ୍ଦ ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜ଼ିଲ୍ଲାରେ ୪ଟି ବ୍ଲକର (ଭଦ୍ରକ,,ତିହିଡି, ଧାମନଗର, ଓ ଚାନ୍ଦବାଲି ) ୧୩୯ଟି ସ୍କୁଲ ଆସନ୍ତାକାଲି ୨୨ ଅଗଷ୍ଟ ୨୦୨୬(ଶନିବାର ) ରେ ବନ୍ଦ ରହିବ।