Odiapua.com

ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ବିଜେପିର ଦାବିପତ୍ର

ନୟାଗଡ଼, ୨ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ଭାପୁର, ଖଣ୍ଡପଡ଼ା ଓ ଗଣିଆ ବ୍ଳକରେ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାପାଇଁ ନୟାଗଡ଼ ବିଜେପି ନେତୃତ୍ୱ ଆଜି ଉପଜିଲାପାଳ ଲଗ୍ନଜିତ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଛି। ଯୁବନେତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଉପଜିଲାପାଳଙ୍କୁ ଭେଟି କ୍ଷୟକ୍ଷତି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହ ସମସ୍ତ ଗୃହ ପଳିତ ପଶୁଙ୍କୁ ଖାଇବା ଓ ଔଷଧ ପ୍ରଦାନ କରିବା, ଫସଲ ଉଜୁଡ଼ି ଥିବା ଚାଷୀଙ୍କୁ କ୍ଷୟକ୍ଷତି ସହାୟତା ପ୍ରଦାନ କରିବା, ବନ୍ୟା ଅଂଚଳର ଚାଷୀଙ୍କୁ କୃଷି ଋଣ ଛାଡ଼ କରିବା, ଘର ଭାଙ୍ଗିଥିବା ପରିବାରକୁ ଘର ଯୋଗାଇଦେବା ଆଦି ବିଭିନ୍ନ ଦାବି କରାଯାଇଛି। ଗତକାଲି ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନଙ୍କ ନେତୃତ୍ୱରେ ଏକ ଅନୁଧ୍ୟାନକାରୀ ଦଳ ବନ୍ୟା ଅଂଚଳ ବୁଲି ବିଭିନ୍ନ କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ।