Odiapua.com

ବନ୍ୟା ଦୃଷ୍ଟିରୁ ଘୁଞ୍ଚିଲା ଯୁକ୍ତ୨ ନାମଲେଖା ଅବଧି

ଭୁବନେଶ୍ୱର : ୨୦/୦୮ (ଓଡ଼ିଆ ପୁଅ) ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ୨ ଛାତ୍ରଛାତ୍ରୀମାନଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନ କ୍ରମେ ଯୁକ୍ତ-୨ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

ଏହି ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଯୁକ୍ତ-୨ ପ୍ରଥମ ପର୍ଯ୍ୟାୟ ନାମଲେଖା ତାରିଖ ଅଗଷ୍ଟ ୧୯ ରୁ ୨୫ ତାରିଖ ସ୍ଥିର କରାଯାଇଥିବାବେଳେ ଏବେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅବଧି ସେପ୍ଟେମ୍ବର ୫ରୁ ୭ ତାରିଖ ଥିବାବେଳେ ତାହା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ତତ୍କାଳ ନାମଲେଖା (ସଟ୍ ସିଲେକ୍‌ସନ୍)ର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା। ବିଭିନ୍ନ ମହାବିଦ୍ୟାଳୟରେ ଏବେ ଏହି ତତ୍କାଳ ନାମଲେଖା ସେପ୍ଟେମ୍ବର ୧୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।