Odiapua.com

ବନ୍ୟା ଜଳରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ

ପୁରୀ ୨୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଗୋପ ବ୍ଳକରେ ବନ୍ୟା ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ। ବନ୍ୟା ଜଳରେ ଶୌଚ ହେବାକୁ ଯାଇଥିବା ବେଳେ ବନ୍ୟା ଜଳରେ ବୁଡ଼ି ବବିନା ମହାରଥୀଙ୍କ ମୃତ୍ୟୁ ହୋଇଚି। ମୃତକଙ୍କ ବୟସ ୩୯ ବର୍ଷ ହେବ। ମହିଳାଙ୍କୁ ନିମାପଡ଼ା ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏପରି ଖବର ପାଇଁ ଗୋପ ବ୍ଳକରେ ଦୁଃଖର ଛାୟା ଖେଳିଯାଇଛି। ପରିବାର ବବିତାଙ୍କୁ ହରାଇ ଭାଙ୍ଗି ପଡିଛନ୍ତି। ମହିଳା ଜଣଙ୍କ ଗୋପ ଥାନା ଅଧୀନ ରାହାଙ୍ଗଗୋରଡା ପଞ୍ଚାୟତର ବାସିନ୍ଦା ବାହାଦୁର ମହାରଥୀଙ୍କ ଝିଅ।