Odiapua.com

ବନ୍ୟା କାର୍ଯ୍ୟରେ ଅବହେଳା ପାଇଁ ଚାନ୍ଦବାଲି ବ୍ଲକର ପିଇଓ ରଘୁନାଥ ମାଝୀ ନିଲମ୍ବିତ

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ବନ୍ୟା ପରିଚାଳନା କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଣେ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଂଚାୟତର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ରଘୁନାଥ ମାଝୀଙ୍କୁ ବନ୍ୟା କାମରେ ଅବହେଳା ପାଇଁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ନିଲମ୍ବିତ କରିଛନ୍ତି। ନିଲମ୍ବନ ଅବଧିରେ ଶ୍ରୀ ମାଝୀଙ୍କ ମୁଖ୍ୟାଳୟ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ,ଭଦ୍ରକ ରହିବ ଏବଂ ଜିଲ୍ଲା ପଂଚାୟତ ଅଧିକାରୀଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।