Odiapua.com

ବନ୍ୟାରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାରକଲା ଅଗ୍ନିଶମ ବିଭାଗ

ହାଟଡ଼ିହି- ୨୭/୮ ହାଟଡ଼ିହି ବ୍ଲକ ହାବଳେଶ୍ୱର ନିକଟରେ ବନ୍ୟା ଘେରରେ ଫସିଥିବା ଜଣେ ବ୍ୟକ୍ତିଙ୍କୁ ହାଟଡିହି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଖବରରୁ ଜଣାଯାଇଛି କି ତେମଳା ଗ୍ରାମର ନିରଂଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ବୁଧବାର ରାତିରେ ହାବଳେଶ୍ୱର-ସମଣା ନଦୀବନ୍ଧ ରେ ବାଲିବସ୍ତା ପକାଇବାକୁ ଯାଇଥିବା ବେଳେ ଦ୍ରୁତଗତିରେ ଜଳସ୍ତର ବୃଦ୍ଧି ପାଇବାରୁ ସେଠାରୁ ଫେରି ନପାରି ସେଠାରେ ଫସି ରହିଥିଲେ। ହାଟଡ଼ିହିର ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସଙ୍କ ନିକଟରୁ ଖବରପାଇ ହାଟଡ଼ିହି ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ସୂର୍ଯ୍ୟମଣି ନାୟକଙ୍କ ନେତୃତ୍ୱରେ କର୍ମଚାରୀ ରାକେଶ ସେନାପତି, ମାନଭଞ୍ଜନ ସାହୁ, ଗୋବିନ୍ଦ ଭୋଇ, ଦୀପକ ଲେଙ୍କା ପ୍ରମୁଖ ବୋଟ ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିଥିଲେ।