Odiapua.com

ବନ୍ୟାରେ ଚାଷ କ୍ଷତିର ମିଳିତ ଅନୁଧ୍ୟାନ

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଗତ ଦୁଇଟି ବନ୍ୟାରେ ହୋଇଥିବା ଖରିଫ ଧାନ କ୍ଷୟକ୍ଷତି ସମ୍ପର୍କରେ ଆଜି ମିଳିତ ଅନୁଧ୍ୟାନ କରାଯାଇଛି। ମଞ୍ଜୁରୀରୋଡ ରାଜସ୍ୱ ସର୍କଲ ଅଞ୍ଚଳର ବଳିପୁର, ବନ୍ଦାଳୋ, ଖପୁରିଆପଦା ଗ୍ରାମରେ ରାଜସ୍ୱ ଓ କୃଷି ବିଭାଗର ମଳିତ ଅନୁଧ୍ୟାନ କରାଯାଇଥିଲା। ତହସିଲଦାର ସରୋଜକାନ୍ତ ନାୟକ, ରାଜସ୍ୱ ନୀରିକ୍ଷକ ଦେବୀପ୍ରସନ୍ନ ବାରିକ, ଗ୍ରାମ୍ୟ କୃଷି କର୍ମଚାରୀ ଶିବନାରାୟଣ ପାଣି ପ୍ରମୁଖ ଧାନତଳି, ଋଆଧାନ ଆଦିର କ୍ଷୟକ୍ଷତି ଆକଳନ କରିଥିଲେ। ଆଗାମୀ ୩୦ ତାରିଖ ସୁଦ୍ଧା ବନ୍ୟା ଜନିତ ଚାଷ କ୍ଷୟକ୍ଷତି ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।