Odiapua.com

ବନ୍ୟାପାଣି ଯୋଗୁଁ ପୋଲଉପରେ ପାଣି

ନୂଆପଡା- ୮-୮ (ଓଡ଼ିଆ ପୁଅ-ହେରାମ୍ବ ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲରୁ ମହଗାଁକୁ ଯାଇଥିବା ମୁଖ୍ୟ ରାସ୍ତାର ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଥାଉକି ଏହି ପୋଲଟି ରାସ୍ତାରୁ ତାଳସ୍ତରରେ ତିଆରି ହୋଇଥିବାରୁ ଅଳ୍ପ ବର୍ଷା ହେଲେ ମଧ୍ୟ ପୋଲଉପରେ ପାଣି ଚାଲୁଛି। ଏଥିପାଇଁ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳୁନାହିଁ ଏବଂ ଗୋଡାଲ ଗ୍ରାମ ପଞ୍ଚାୟତ କାମରେ ଓ ସାଧାରଣ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖିନ ହେଉଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।