Odiapua.com

ବନ୍ୟାଞ୍ଚଳରେ ଜିଲ୍ଲାପାଳ; କ୍ଷୟକ୍ଷତି ଅନୁଧ୍ୟାନରେ ବିଫଳତା ଯୋଗୁଁ ବିରକ୍ତି ପ୍ରକାଶ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ମାଳଦା, ରହଣିଆ, ଷୋଳମପୁର ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଜ୍ଞାନ ଦାସ ମଙ୍ଗଳବାର ଗସ୍ତରେ ଆସି କ୍ଷୟକ୍ଷତି ଅନୁଧ୍ୟାନ ସଠିକ ଭାବେ ତୁଲାଯାଇନଥିବାରୁ ବିରକ୍ତି ପ୍ରକାଶ କରି ଫେରିଯାଇଥିବା ଜଣାଯାଇଛି। ବନ୍ୟାଞ୍ଚଳରେ ଧାନଚାଷ, ପନିପରିବା ଚାଷ, ଗୃହକ୍ଷୟକ୍ଷତି ଆଦି ଅନୁଧ୍ୟାନ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ବ୍ଲକ କୃଷି ଅଧିକାରୀ ଶ୍ରୀଧର ଦାସ, ଶିକ୍ଷାଧିକାରୀ ଦୀପକ ପାଢ଼ୀ, କୃଷିଉଦ୍ୟାନ ଅଧିକାରୀ ବିଜୟ କୁମାର ମାହୁନ୍ତ ପ୍ରମୁଖ ମାଳଦା ପଞ୍ଚାୟତ ଅନୁଧ୍ୟାନ କରିବା ପରେ ଷୋଳମପୁର ଗ୍ରାମକୁ ଆସିଥିଲେ। ସେଠାରେ ବନ୍ୟାରେ ଭାଙ୍ଗିଯାଇଥିବା ପରିବାର ସେମାନଙ୍କ ନାମ ଗୃହକ୍ଷତିଗ୍ରସ୍ତ ତାଲିକାରୁ ବାଦ କରାଯାଇଥିବା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାସ ସରଜମିନ ଅନୁଧ୍ୟାନ କରି ତାଲିକାରୁ ବାଦ କରାଯାଇଥିବା ଜାରି ବିରକ୍ତି ଭାବ ପ୍ରକାଶ କରି ସଠିକ ତାଲିକା ପ୍ରସ୍ତୁତ କରିବାକୁ ତାଗିଦ କରି ଫେରିଯାଇଥିଲେ। ଏହା ବାଦ ତହସିଲଦାର ଶ୍ରୀ ଭୂୟାଁ ଷୋଳମପୁର ବନ୍ୟାରେ କ୍ଷତିର ସମ୍ମୁଖିନ ହୋଇଥିବା ବିଭିନ୍ନ ପରିବାରକୁ ଭେଟି ନିଜେ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ।