Odiapua.com

ବନ୍ୟାଜଳରେ ଭାଷି ମୃତ୍ୟୁବରଣ କରିଥିବା ଯୁବକଙ୍କ ପରିବାରକୁ ସହାୟତା

ହାଟଡିହି- ୨୮/୮ (ଓଡିଆପୁଅ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ବନ୍ୟାଜଳରେ ଭାଷିଯାଇ ସନାତନ ଦେହୁରୀ ନାମକ ଜଣେ ଯୁବକ ମୃତ୍ୟୁ ବରଣ କରିଥିବାବେଳେ ପ୍ରଶାସନ ପକ୍ଷରୁ ଆଜି ସହାୟତା ଯୋଗାଇ ଦିଆଯାଇଛି । ଶବ ବ୍ୟବଚ୍ଛେଦ ହୋଇ ଆସିବାପରେ ,କ ଶୋକାକୁଳ ପରିବେଶରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିବାବେଳେ ହାଟଡିହି ବିଡିଓ ଜୟଦେବ ଦାସ ସନାତନଙ୍କ ପରିବାରକୁ ରେଡକ୍ରସରୁ ୨୦ହଜାର ଟଙ୍କା ପ୍ରଦାନ କରିଥିଲେ । ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ମଧ୍ୟ ଯୋଗାଇ ଦିଆଯାଇଛି ।