Odiapua.com

ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ରଣପୁର ବନାଂଚଳ ରେ ପାଳିତ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୧୦- ସାରା ରାଜ୍ୟ ରେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ । ବନ ବିଭାଗ ତରଫରୁ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହୋଇ ଆସୁଅଛି । ତେଣୁ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଙ୍କ ତତ୍ୱାବଧାନ ରେ ଅକ୍ଟୋବର ୮ ତାରିଖ ସକାଳ ୯ ଘଟିକା ସମୟରେ ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଅଛି ।  ଏଥିରେ ଖୋର୍ଦ୍ଧା  ଅଧିଖଣ୍ଡ ବନାଂଚଳ ଅଧିକାରୀ ଗୋବିନ୍ଦ  ଚନ୍ଦ୍ର ବିଶ୍ୱାଳ , ଘାଟ ନିର୍ମାଣ ସେବା ସଂଗଠନ ର କର୍ମକର୍ତ୍ତା , ପରିବେଶବିତ୍ । ସମସ୍ତ ଗ୍ରାମ୍ୟ ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ଓ ରଣପୁର ବନ ବିଭାଗର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

ରଣପୁର ବନାଂଚଳ ଅଧିକାରୀ  ଙ୍କ କାଯ୍ୟ୍ରାଳୟ ରୁ ଏକ ବିରାଟ  ସଚେତନତା ଶୋଭାଯାତ୍ରା ବାହାରି ରଣପୁର ଜଗନ୍ନାଥ ମନ୍ଦିର ଠାରୁ ବଡଦାଣ୍ଡ ଅତିକ୍ରମ କରି ହାଟ ସାହି ଦେଇ ପୁଣି ମଣିନାଗ ଉପର ସଡକ ରେ ବନାଂଚଳ କାଯ୍ର‌୍ୟ୍ରାଳୟ ରେ ପହଂଚି ଥିଲା । ପ୍ରାୟ ୧୦୦ ରୁ ଉର୍ଦ୍ଧ ବ୍ୟକ୍ତି ଏହି ଶୋଭାଯାତ୍ରା ରେ ବାଗ ନେଇଥିଲେ । ବନ୍ୟଜନ୍ତୁ ସୁରକ୍ଷା ପାଇଁ ନାରାବାଜି କରାଯାଇଥିଲା । ଶେଷ ରେ ଗାଁ ଗାଁ ରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ସଚେତନ ବାର୍ତ୍ତା ପ୍ରଚାର କରିବା ପାଇଁ ପରାମର୍ଶ ଦିଆଯାଇଥିଲା ।