Odiapua.com

ବନ୍ଧୁପତ୍ନୀଙ୍କୁ ଅସଦାଚରଣ କରି ୱାର୍ଡ ମେମ୍ବର ବନ୍ଧୁ ଗିରଫ

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇ ଉତ୍ତମ ବନ୍ଧୁଙ୍କ ମଧ୍ୟରେ ବୁଝାମଣା ଠିକ ଥିବା ବେଳେ ପରବର୍ତୀ ସମୟରେ ସେହି ବନ୍ଧୁ ବିଶ୍ୱାସଘାତକତା କରି ବନ୍ଧୁଙ୍କ ପତ୍ନୀକୁ ଅସଦାଚରଣ କରି ଗିରଫ ହେବା ଘଟଣା ଧାମନଗର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଥାଉକି ଧାମନଗର ଥାନା ଆନନ୍ଦପୁର ପଂଚାୟତ ମାନଲାପୁର ୮ ନମ୍ବର ୱାର୍ଡର ୱାର୍ଡମେମ୍ବର ଦୁର୍ଯ୍ୟୋଧନ ସେଠୀ ପିତା ବିଶୁନି ସେଠୀ ସେହି ଗ୍ରାମର ତାଙ୍କ ବନ୍ଧୁଙ୍କ ସହିତ ବହୁ ଉତମ ସଂପର୍କ ଥିଲା । ଏହି ସୁଯୋଗରେ ଦୁର୍ଯ୍ୟୋଧନ ଅଧିକାଂଶ ସମୟରେ ତାଙ୍କ ଘରକୁ ଯିବାଆସିବା କରିଥାନ୍ତି । ବନ୍ଧୁଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ପଶି ଦୁର୍ଯ୍ୟୋଧନ ତାଙ୍କ ପତ୍ନୀଙ୍କୁ ଜବରଦସ୍ତ ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲେ । ଏପରିକି ତାଙ୍କର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗକୁ ସଂର୍ଶ୍ପ କରିବା ସହିତ ନିଜ ମୋବାଇଲରେ ଫଟୋ ଉତୋଳନ କରିଥିଲେ । ଏପରିକି ସେହି ଅଶ୍ଲିଳ ଫଟୋକୁ ଭାଇରାଲ କରିବାକୁ ଧମକ ମଧ୍ୟ ଦେଇଥିଲେ । କୌଶଳ କ୍ରମେ ସଂପୃକ୍ତା ମହିଳା ତାଙ୍କ କବଳରୁ ଖସି ଆସିଥିଲେ । ଏହି ସୁଯୋଗରେ ସଂପୃକ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏସଂପର୍କରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ଜଣାଇବା ପରେ ଥାନାରେ ସଂପୃକ୍ତା ମହିଳା ଅଭିଯୋଗ କରିଥିଲେ । ପୁଲିସ ଥାନାରେ କେଶ ନଂ-୮୫/୨୧ରେ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ଦୁର୍ଯ୍ୟୋଧନକୁ ଗତକାଲି ଖଡଗପୁର ଅଂଚଳରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏସଂପର୍କରେ ଅଭିଯୁକ୍ତ ୱାର୍ଡମେମ୍ବର ଦୁର୍ଯ୍ୟୋଧନଙ୍କୁ ପଚାରିବାରୁ ସେ କହନ୍ତି, ସଂପୃକ୍ତା ମହିଳାଙ୍କ ସହିତ ମୋର ୮ ବର୍ଷର ସଂପର୍କ ରହିଛି । ତାଙ୍କ ସ୍ୱାମୀ ଦୁଇଟି ବିବାହ କରିଥିବା ବେଳେ ପ୍ରଥମ ପତ୍ନୀ ଅନ୍ୟତ୍ର ରହୁଛନ୍ତି । ତାଙ୍କ ନିକଟକୁ ତାଙ୍କ ସ୍ୱାମୀ ଗଲେ ମୋତେ ଉକ୍ତ ମହିଳା ଫୋନ କରି ତାଙ୍କ ଘରକୁ ଡକାଇଥାନ୍ତି । ଏହି ଘଟଣା ତାଙ୍କ ସ୍ୱାମୀ ଜାଣିବାରୁ ସେ ମୋତେ ଫସାଇଦେବାକୁ ଏପରି ଚକ୍ରାନ୍ତ କରିଥିବା ପ୍ରକାଶ କରିଛନ୍ତି ।