Odiapua.com

ବନ୍ଧୁକ ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାତି ପ୍ରାୟ ୯ ଟା ସମୟରେ ମୁଣ୍ଡରେ ବନ୍ଧୁକ ଲଗାଇ ଗାଁ ବାହାର ରାସ୍ତାପାଶ୍ୱର୍ରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ଏରଡା ପଂଚାୟତର ନଣ୍ଡେଇଡିହ ଗ୍ରାମନିବାସୀ ମୁକ୍ତିକାନ୍ତ ସ୍ୱାଇଁଙ୍କ ପରିବାର ଗାଁ ଠାରୁ କିଛି ଦୂର ରାସ୍ତା ପାଶ୍ୱର୍ରେ ଘରକରି ରହିଆସୁଥିଲେ। ତେବେ ଗତକାଲି ରାତି ପ୍ରାୟ ୯ଟା ସମୟରେ ତାଙ୍କ ଘରର ମୁଖ୍ୟ ଦ୍ୱାରକୁ କେତେକ ଦୃବୁର୍ତ ଆସି ଠକ୍ ଠକ୍ କରି ଡାକିଥିଲେ। ସେତେବେଳେ ବାହାର ପାଶ୍ୱର୍ ଅନ୍ଧାର ଥିବାରୁ ପରିବାର ଲୋକେ ଗ୍ରାମର କୌଣସି ବ୍ୟକ୍ତି ଡାକୁଥିବାର ଅନୁମାନ କରି କବାଟିକୁ ସାମାନ୍ୟ ଖୋଲି ଦେଖୁଥିବାବେଳେ ୬ ଜଣ ଦୃବୁର୍ତ ତାହାକୁ ପେଲି ଘର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ସେମାନଙ୍କ ମଧ୍ୟରୁ ମୁହଁରେ ପଟି ବାନ୍ଧିଥିବା ୪ ଜଣ ଦୃବୁର୍ତ ମୁଣ୍ଡରେ ବନ୍ଧୁକ ଲଗାଇଥିବାବେଳେ ମୁହଁ ଖୋଲାଥିବା ଦୁଇଜଣ ଛୁରୀ ଧରି ସମସ୍ତଙ୍କ ଦେହରେ ଥିବା ସୁନା ଅଳଙ୍କାର ଖୋଲି ଦେବାକୁ କହିଥିଲେ। ଫଳରେ ଭୟରେ ମହିଳା ଓ ପୁରୁଷମାନେ ସେମାନେ ପିନ୍ଧିଥିବା ହାର, କାନଫୁଲ ଓ ମୁଦି ଖୋଲି ସେମାନଙ୍କୁ ଦେଇଦେଇଥିବାବେଳେ ଦୃବୁର୍ତମାନେ ଏକ ଆଇଫୋନ୍ ସହ ଦୁଇଟି ମୋବାଇଲ୍ ନେଇଯାଇଥିଲେ। ଏବଂ ସେମାନଙ୍କୁ ଗୋଟିଏ ଘରେ ବନ୍ଦ କରି ଆସିଥିବା ବାଇକ୍‌ରେ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ଆଜି ଏସ୍‌ଡିପିଓ ଓ ଥାନାଧିକାରୀ ଶାନ୍ତନୁ ଜେନା ସାଇଂଟିଫିକ୍ ଟିମ୍ ଓ ଡଗ୍ସ ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।