Odiapua.com

ବନ୍ଧୁକ ମୁନରେ ପ୍ରେମ: ଦୀର୍ଘ ୬ ଘଣ୍ଟାର ସର୍ଚ ଅପରେଶନ ପରେ ଅଟକ ରଖିଥିବା ବନ୍ଧୁକ ଧାରୀ ଯୁବକ ଗିରଫ, ୩ରୁ ୪ରାଉଣ୍ଡ ଗୁଳି ଫାୟାରିଙ୍ଗ

ବଲାଙ୍ଗୀର ୧୫-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ସହର ଶାନ୍ତିପଡାରେ ବନ୍ଧୁକ ମୁନରେ ଗୋଟିଏ ପରିବାର ସଦସ୍ୟଙ୍କୁ ପଣବନ୍ଦୀ କରି ରଖିଥିବା ଯୁବକକୁ କାବୁ କରିଛି ପୋଲିସ । ମଙ୍ଗଳବାର ସକାଳ ୭ଟାରୁ ଘରେ ବନ୍ଧୁକ ଦେଖାଇ ପରିବାରର ୩ ସଦସ୍ୟଙ୍କୁ ପଣବନ୍ଦୀ କରି ରଖିଥିଲା । ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ଘର ଭିତରେ ପଶି ସୁରକ୍ଷିତ ଭାବେ ଅପହରଣକାରୀଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ଏନେଇ ବଲାଙ୍ଗୀର ଏସ୍‌ପି ସୂଚନା ଦେଇଛନ୍ତି।

ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ରହୁଥିବା ଶିକ୍ଷକ ମଦନ ମୋହନ ହୋତାଙ୍କ ଘରେ ମଙ୍ଗଳବାର ସକାଳେ ୭ଟାରେ ଜଣେ ବନ୍ଧୁକଧାରୀ ଯୁବକ ପଶିଯାଇଥିଲେ। ସମସ୍ତ ପରିବାର ସଦସ୍ୟଙ୍କୁ ସେ ପଣବନ୍ଦୀ କରି ଏକ କୋଠରୀରେ ବନ୍ଦ କରି ରଖି ଆତଙ୍କ ଚଳାଇଥିଲେ। ଘଟଣାସ୍ଥଳରେ ପୋଲିସ ଏସ୍‌ଡିପିଓ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବା ସହ ପଣବନ୍ଦୀଙ୍କୁ ଛାଡିବା ପାଇଁ ନିବେଦନ କରିଥିଲେ। କିନ୍ତୁ ଉକ୍ତ ଯୁବକ କାହା କଥା ଶୁଣି ନ ଥିଲେ। ତେବେ ଦୀର୍ଘ ୬ ଘଣ୍ଟାର ଉଦ୍ୟମ ପରେ ସମସ୍ତ ପଣବନ୍ଦୀଙ୍କୁ ଅଗ୍ନିଶମ ବିଭାଗ ଘରର ଝରକା ଦେଇ ଉଦ୍ଧାର କରିଥିଲା।

ଏହାପରେ ପୋଲିସ ବନ୍ଧୁକଧାରୀ ଙ୍କୁ ଧରିବାକୁ ଅପରେଶ୍‌ନ ଆରମ୍ଭ କରିଥିଲେ। ଆତ୍ମସମର୍ପଣ କରାଇବା ପାଇଁ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଡ଼କାଯାଇଥିଲେ। ହେଲେ ଯୁବକ ଜଣକ ତାଙ୍କ ସାଙ୍ଗଙ୍କ କଥା ମାନି ନ ଥିଲେ। ଶେଷରେ ପୋଲିସ ଦୀର୍ଘ ୬ ଘଣ୍ଟାର ଅପରେଶ୍‌ନ ପରେ ସୁରକ୍ଷିତ ଭାବେ ଯୁବକଙ୍କୁ ଗିରଫ କରିଛି। ତେବେ ଏହି ସମୟରେ ଘଟଣାସ୍ଥଳରେ ୨ରୁ ୩ରାଉଣ୍ଡ ଗୁଳି ଫାୟାରିଂ ହୋଇଥିବା ଜଣାପଡ଼ିଛି। ତେବେ ଏହା ପୋଲିସ ପକ୍ଷରୁ କି ଉକ୍ତ ଯୁବକ ପକ୍ଷରୁ ଫାୟାରିଂ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।