Odiapua.com

ବନ୍ଧୁକଧାରୀଙ୍କ ଆକ୍ରମଣରେ ୩୫ ମୃତ

ନୂଆଦିଲ୍ଲୀ/ନାଇଜେରିଆ, ଜୁଲାଇ ୧୧ (ଓଡ଼ିଆ ପୁଅ) – ଉତ୍ତର ପଶ୍ଚିମ ନାଇଜେରିଆର ଜାମଫାରା ରାଜ୍ୟର ପାଞ୍ଚଟି ଗାଁ ଉପରେ ବନ୍ଧୁକଧାରୀଙ୍କ ଆକ୍ରମଣ କରିଥିବା ଫଳରେ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି।

ଜାମଫାରା ପୋଲିସ ଅନୁଯାୟୀ, ବହୁ ସଂଖ୍ୟାରେ ବନ୍ଧୁକଧାରୀ ଗୁରୁବାର ଦିନ ମାରାଡୁନ୍ ସ୍ଥାନୀୟ ସରକାରୀ ଅଞ୍ଚଳର ପାଞ୍ଚଟି ଗ୍ରାମ ଉପରେ ଆକ୍ରମଣ କରି ଘର ଓ ସମ୍ପତ୍ତି ନଷ୍ଟ କରୁଥିବା ବେଳେ ଗ୍ରାମ ବାସିନ୍ଦାଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁଲିସ୍ କହିଛି ଡକାୟତମାନଙ୍କ ଦ୍ୱାରା ପଚିଶ ଜଣଙ୍କୁ ହତ୍ୟା କରାଯାଇଛି।

ପୋଲିସ ମୁଖପାତ୍ରଙ୍କ କହିବାନୁସାରେ, ସଡ଼କ ଅବସ୍ଥା ଖରାପ କାରଣରୁ ବନ୍ଧୁକଧାରୀ ଆକ୍ରମଣର ଖବର ପାଇବା ପରେ ସୁରକ୍ଷା ବାହିନୀ ପ୍ରଭାବିତ ଗ୍ରାମରେ ପହଁଚି ପାରି ନଥିଲେ। ଗତ କିଛି ମାସ ମଧ୍ୟରେ ନାଇଜେରିଆରେ ଅନେକ ବନ୍ଧୁକଧାରୀ ଆକ୍ରମଣ ହୋଇ ମୃତ୍ୟୁ ଓ ଅପହରଣ ଘଟିଛି।