Odiapua.com

ବନ୍ଧମୁଣ୍ଡା ଜିରିପଡାରେ ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ନୟାଗଡ଼ ୦୮/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଜିରିପଡା ଗ୍ରାମରେ ଜଣେ ବୃଦ୍ଧ ଦନ୍ତାହାତୀ ଆକ୍ରମଣରେ ଗୁରୁତର ହୋଇ ଜୀବନ ସହିତ ସଂଗ୍ରାମ କରୁଥିବା ଜଣାପଡିଛି। ବୃଦ୍ଧ ଜଣଙ୍କ ହେଉଛନ୍ତି ଜିରିପଡା ଗ୍ରାମର ଶ୍ରୀନିବାସ ପ୍ରଧାନ(୭୩)। ବୃଦ୍ଧ ଶ୍ରୀନିବାସ ଜିରିପଡା ନିକଟ ଏକ ବନ୍ଧକୁ ଶୈାଚ ହେବାପାଇଁ ଯାଇଥିବା ବେଳେ ଦନ୍ତାହାତୀ ଟି ତାଙ୍କୁ ଶୁଣ୍ଢରେ ପିଟି ପାଦରେ ଦଳି ଦେଇଥିଲା। ଗ୍ରାମ ଲୋକମାନେ ଦେଖି ହୋ ହଲା କରିବା ପରେ ହାତୀଟି ସେ ସ୍ଥାନ ଛାଡି ଚାଲିଯାଇଥିଲା। ପରିବାର ଲୋକେ ରଣପୁର ସରକାରୀ ଡାକ୍ତରଖାନା କୁ ଆଣି ପ୍ରାଥମିକ ଚିକିତ୍ସା କରାଇବା ପରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ରେଫର କରାଯାଇଥିଲା।

ବୃଦ୍ଧ ଜଣଙ୍କ ଏବେ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ପାଇ ରଣପୁର ରେଞ୍ଜର ସୁବ୍ରତ କୁମାର ବେହେରା ଚିକିତ୍ସାରେ ସହଯୋଗ କରିବା ସହ ବନ କର୍ମଚାରୀ ଚିକିତ୍ସିତ ହେଉଥିବା ବୃଦ୍ଧଙ୍କ ପାଖରେ ଥିବା ଜଣାପଡିଛି। ବୃଦ୍ଧ ଶ୍ରୀନିବାସ ଜଣେ ଗରିବ ନିରୀହ ଆଦିବାସୀ ହୋଇଥିବାରୁ ତାଙ୍କ ପରିବାର କୁ ସରକାରୀ ସହାୟତା ଦାବି କରିଛନ୍ତି ବନ୍ଧମୁଣ୍ଡା ସରପଞ୍ଚ କଳ୍ପନା ପ୍ରଧାନ। ଘଟଣାଟି ବନ୍ଧମୁଣ୍ଡା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରତିଦିନ ବନ୍ଧମୁଣ୍ଡା ପଞ୍ଚାୟତରେ ହାତୀ ମଣିଷ ଲଢେଇ ଚାଲିଛି।