ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ନୋଡ଼ାଲ ହାଇସ୍କୁଲରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ବନ୍ଧଗାଁ ହାଇସ୍କୁଲ ଓ ଭଦ୍ରକ ବନ୍ୟପ୍ରାଣୀ ବନାଞ୍ଚଳର ମିଳିତ ସହଯୋଗରେ ପ୍ରାୟ ପଚାଶଗୋଟି ବୃକ୍ଷରୋପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭା ପ୍ରଧାନ ଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବନ୍ଧଗାଁ ସରପଞ୍ଚ ନିରୋଦ ଚନ୍ଦ୍ର ରାଉତ, ଭଦ୍ରକ ବନପାଳ ଶ୍ରୀଦେବି ବାରିକ, ବନ ରକ୍ଷକ ପ୍ରଦୀପ କୁମାର ନାୟକ ଓ ଲକ୍ଷ୍ମୀ ହେମ୍ବ୍ରମ, ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ, ସମାଜ ସେବି ଚନ୍ଦ୍ରକାନ୍ତ ମହାପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହରିହର ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଉପକାରୀତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବରାଳ ଉଦ୍ଦେଶ୍ୟ ଜ୍ଞାପନ, ଅଶୋକ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ, ଶିକ୍ଷୟିତ୍ରୀ ଦିପ୍ତୀରେଖା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଶ୍ରତୋସ୍ୱିନୀ ପୋଲାର, ବିଜୟ ମହାଲି, ଚନ୍ଦ୍ର ଟୁଡ଼ୁ ସଭା ପରିଚାଳନା କରିଥିଲେ । ଆଶିଷ କୁମାର ଜେନା, ରଂଜିତ୍ ବିଶ୍ୱାଳ , ସଞ୍ଜୁବାଳା ସାମଲ, ମଞ୍ଜୁଲତା ନାୟକ, ନିଶିକାନ୍ତ ମହାପାତ୍ର, ଆଶିଷ କୁମାର ସାହୁ, ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।