Odiapua.com

ବନ୍ଧଗାଁ ପଂଚାୟତରେ ମଦ ବିରୋଧୀ ଆନ୍ଦୋଳନ

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପଂଚାୟତରେ ମଦ ବିକ୍ରିକୁ ବିରୋଧ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତୀବ୍ର ଆନ୍ଦୋଳନ କରିଛନ୍ତି । ପ୍ରାପ୍ତ ଖବର ଅନୁଯାୟୀ ଭଦ୍ରକ ବ୍ଲକ୍ ଅଧୀନସ୍ଥ ବନ୍ଧଗାଁ ପଂଚାୟତର କାଳିଦାସପୁର ଗ୍ରାମରେ ଗତ କିଛିଦିନ ହେଲା ବେଆଇନ୍ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହୋଇଆସୁଛି । ଯାହାକୁ ଖାଇ ଗ୍ରାମର ଅଧିକାଂଶ ଲୋକେ ଅସାମାଜିକ କାର୍ଯ୍ୟକଳାପ ସୃଷ୍ଟି କରିବା ସହ ଅଯଥାରେ ଗଣ୍ଡଗୋଳ ଭିଆଉଛନ୍ତି । ଏଥିନେଇ ପଂଚାୟତର ଦୋଳଗୋବିନ୍ଦ ଆଞ୍ଚଳିକ ମହିଳା ମଂଚର ସଦସ୍ୟାମାନେ ବାରମ୍ବାର ବିରୋଧ କରୁଥିଲେ ବି ତାହା ବନ୍ଦ ନହେବାରୁ ଆଜି ବନ୍ଧଗାଁ ପଂଚାୟତ କାଳିଦାସପୁର ହରିହାଟ ପଡିଆରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ଆଗାମୀ ଦିନରେ ଗ୍ରାମରେ ମଦ ବିକ୍ରି ନକରିବା ନେଇ ଚେତାବନୀ ଦିଆଯାଇଛି । ଏବଂ ଏଥିନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବାର ଜଣାପଡିଛି ।