Odiapua.com

ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ

ସମ୍ବଲପୁର,୨୨/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ବନ୍ଦ ହେଲା ହୀରାକୁଦ ଜଳଭଣ୍ତାର ସମସ୍ତ ଗେଟ । ପୁଣି ହୀରାକୁଦ ଜଳଭଣ୍ତାର ସମସ୍ତ ଗେଟ ବନ୍ଦ ହୋଇଛି । ଜଳଭଣ୍ତାର ଜଳ ସ୍ତର ଗତ ଶୁକ୍ରବାର ୬୩୦ ଘନ ଫୁଟ କୁ ପହଚିଥିବା ବେଳେ ୨ ଟି ଗେଟ ଖୋଲା ଯାଇଥିଲା ।ତେଵେ କିଛି ମାତ୍ରାରେ ଜଳ ସ୍ତର ହ୍ରାସ ପାଇ ଥିବାରୁ ଗତକାଲି ସଦ୍ଧ୍ୟାରେ ୧ଟି ଗେଟ ଓ ଆଜି ସକାଳରେ ଗୋଟିଏ ଗେଟ ବନ୍ଦ ହୋଇଛି । ଆଜି ସକାଳ ୬ ଟା ସୁଦ୍ଧା ଜଳସ୍ତର ୬୨୯.୮୭ ଫୁଟ ରହିଥିବା ବେଳେ ସେକେଣ୍ତ ପ୍ରତି ୨୧.୬୭୭ କ୍ୟୁସେକ ଜଳ ପ୍ରବେଶ କରୁଛି ।