Odiapua.com

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିବାରୁ ମାଲକାନଗିରି ଜିଲ୍ଲାରେ ଖୁସିର ଲହରୀ

ମାଲକାନଗିରି,୮ା୬ (ଓଡିଆ ପୁଅ ) କାନ୍ତକବି ଲକ୍ଷ୍ଣୀ କାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ବନ୍ଦନା କୋଟି କୋଟି ଓଡିଆଙ୍କ ପ୍ରାଣର ସ୍ୱର ହୋଇଥିବାରୁ ବଳିମ୍ବରେ ହେଉପଛେ ରାଜ୍ୟସରକାର ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଥିବାରୁ ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲରେ ଖୁସିରଲହରୀ ଖେଳି ଯାଇଛି । ବିଶେଷ କରି ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରି ଜିଲ୍ଲାଶାଖା,ଉତ୍କଳ ସାହିତ୍ୟ ସମାଜ ମାଲକାନଗିରି ଜିଲ୍ଲାଶାଖା, ମାଲ୍ୟବନ୍ତ ଦେଶିଆନାଟଗୁରୁ ସାଂସ୍କୃତିକ ସଂଗଠନ ସହିତ ଜିଲ୍ଲାରେ ଥିବା ବିିଭିନ୍ନ ସାହିତ୍ୟ ଅନୁଷ୍ଟାନ ପକ୍ଷରୁ କାନ୍ତକବିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ରାଜ୍ୟସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦ ଜଣାଇଛନ୍ତି । ବନ୍ଦେ ଉତ୍କଳ ଜନନୀ ସଂଗୀତ ରାଜ୍ୟ ସଂଗୀତର ମାନ୍ୟତା ପାଇଥିବା ଓ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରତି ରାଜ୍ୟସରକାର ଗରୁତ୍ୱ ଦେଇଥିବାରୁ ଏହି ଶୁଭ ଅବସରରେ ଓଡିଶା ସାହତ୍ୟ ଏକାଡେମୀର ସଦସ୍ୟ ରତ୍ନାକରଦାଶ ମାଲକାନଗିରି ସହରରେ ଥିବା ଓଡିଶାର ବରପୁତ୍ର , ଉତ୍କ୍ ଳ ଗୌରବ ମଧୁସୂଦନ ଦାସ, ଉତ୍କ ଳମଣୀ  ଗୋପବନ୍ଧୁ ଦାସ ଙ୍କ ସହିତ ଅନ୍ୟାନ ମହାପରୁଷ ମାନଙ୍କ ପ୍ରତିମୂର୍ତି କୁ ଧୋଇ ଧାଇ ପରିସ୍କାର କରି ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ସହ ପ୍ରତି ମୂର୍ତି ନିକଟରେ ବନ୍ଦେ ଉତ୍କଳ ଜନନୀ ବନ୍ଦନା ଗାନ କରି କାଳଜୟୀ ସଂଗୀତ ରଚୟିତା କାନ୍ତକବି ଲକ୍ଷ୍ଣୀକାନ୍ତ  ମହାପାତ୍ର ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଥିବାରୁ ରାଜ୍ୟସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ଦାଶ ଧନ୍ୟବାଦ ଜଣାଇଛନ୍ତି ।