Odiapua.com

ବନ୍ଦାଳୋ-ମଢିଆଳି ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳୋ-ମଢିଆଳି ଉଚ୍ଚବିଦ୍ୟାଳୟର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସୁଦର୍ଶନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇ ମୁଖ୍ୟଅତିଥି, ପୂର୍ବତନ ଶିକ୍ଷାସଂଯୋଜକ କୈଳାସ ଚନ୍ଦ୍ର ସାମଲ ମୁଖ୍ୟବକ୍ତା, ସାମ୍ବାଦିକ ଦିଗାମ୍ବର ଜେନା, ଜଳଧର ବେହେରା, ମହେନ୍ଦ୍ର କୁମାର ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରସ୍ୱତୀ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନର ମହତ୍ତବ ସମ୍ପର୍କରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର କ୍ରୀଡା ଉତ୍ସବର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ଶୈଖିକ ପ୍ରତିଯୋଗୀତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କ୍ରୀଡା ଶିକ୍ଷକ ଦେବାଶିଷ ଆଚାର୍ଯ୍ୟଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷୟତ୍ରୀ ରମ୍ଭାମଣି ସାହୁ ବେଦପାଠ ଓ ବିନୋଦିନୀ ପାଢୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ଚନ୍ଦନ ଭୂୟାଁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦେବାଶିଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ଉମେଷ ଚନ୍ଦ୍ର ଗିରି, ସୁଶାନ୍ତ କୁମାର ପୃଷ୍ଟି, ବିଭୀଷଣ ନାୟକ, ପ୍ରମିଳା ଦାସ, ସଶ୍ମିତା ଜେନା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।