କଟକ : ୧୧/୧୧ (ଓଡ଼ିଆ ପୁଅ /ଅଭୟ ଜେନା) କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦ ନାଁରେ କାହାକୁ ବାଧ୍ୟ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ଵାରା ପ୍ରଣୀତ ଗାଇଡ ଲାଇନକୁ କଡାକଡି ଭାବେ ପାଳନ କରି ବନ୍ଦ ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି କହିଛନ୍ତି ହାଇକୋର୍ଟ।
ସାଧାରଣ ଜୀବନ ଯାତ୍ରା ଯେପରି ପ୍ରଭାବିତ ନ ହୁଏ ସେ ନେଇ ଧ୍ୟାନ ଦେବାକୁ ହେବ ବୋଲି ହାଇକୋର୍ଟ କହିଛନ୍ତି। କଟକର ଜଣେ ବ୍ୟବସାୟୀଙ୍କ ଦ୍ଵାରା ଦାୟର ମାମଲା ଉପରେ ଶୁଣାଣି କରି ରାୟ ଦେଇଛନ୍ତି ହାଇକୋର୍ଟ।
ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକାରା ଦେଇଥିବା ବେଳେ କୋର୍ଟ ଏହି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ମମିତା ମେହେରଙ୍କୁ ତାଙ୍କର ହକ ଓ ଉପଯୁକ୍ତ ନ୍ୟାୟ ମିଳିବା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ତାରିଖ ଶୁକ୍ରବାର ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।