Odiapua.com

ବନ୍ତ : ଶିଶୁ ମନ୍ଦିର ଛାତ୍ରଙ୍କ ମଧ୍ୟରେ ତ୍ୟାଗ ଭାବନା ଥାଏ -ଡ.ସୁଧାଂଶୁ ନାୟକ

ଭଦ୍ରକ, ୨୫୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷର୍ିକ ଉତ୍ସବ ପାଳିତ ହୋଇଯାଇଛି । ସୁନ୍ଦର ସମାଜ ଗଠନ ପାଇଁ ଉତମ ଛାତ୍ରଛାତ୍ରୀ ଶିଶୁ ମନ୍ଦିରରୁ ହିଁ ତିଆରି ହୋଇଥାନ୍ତି । ଅନେକ ଲୋକଙ୍କ ତ୍ୟାଗ, ତପସ୍ୟା ଓ ସହଭାଗିତାରେ ବିଦ୍ୟାମନ୍ଦିର ଗଢି ଉଠିଥିବା ବେଳେ ଏଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶ, ମାଟି ଓ ମା ପାଇଁ ତ୍ୟାଗ ଭାବ ରହିଥାଏ ବୋଲି ଶୁକ୍ରବାର ରାତ୍ରରେ ୨୯ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟ କମିଟିର ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ଭାବେ ସୁ ସାହିତ୍ୟିକ ଜଗନ୍ନାଥ ପାତ୍ର ତାଙ୍କ ବକ୍ତବ୍ୟରେ ଶିଶୁ ମନରେ ଥିବା ପ୍ରବଳ ଇଚ୍ଛା ଶକ୍ତି ତାକୁ ହିଁ ସଫଳତାର ଚରମ ସୋପାନରେ ପହଚାଂଇ ଥାଏ । ମନରେ ଦୃଢ ଇଚ୍ଚା ଶକ୍ତି ରଖିବା ସହିତ ଗୁରୁଙ୍କ ପ୍ରତି ଅଖଣ୍ଡ ଭକ୍ତି ତଥା ପିତାମାତାଙ୍କ ପ୍ରତି କର୍ତବ୍ୟନିଷ୍ଠା ତାକୁ ସଫଳ କରାଏ । ସମ୍ମାନିତ ବକ୍ତା ଶିକ୍ଷାବିତ୍ କବି ନାରାୟଣ ଚନ୍ଦ୍ର ଲେଙ୍କା,ସମ୍ମାନିତ ଅତିଥି ସହଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ଭାଗିରଥୀ ପାତ୍ର, ଶିକ୍ଷା ବିକାଶ ସମିତି ଜିଲ୍ଲା ଶୈକ୍ଷିକ ପ୍ରମୁଖ ନିିରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭରୁ ବିଭିନ୍ନ ସୁ ଗୁଣର ଅଧିକାରୀ ହୋଇଥାନ୍ତି ବୋଲି କହିଥିଲେ । ସମ୍ପାଦକ ଡ. ଶୁଭେନ୍ଦ୍ର କୁମାର ମିଶ୍ର ଅତିଥି ପରିଚୟ ସ୍ୱାଗତ ଭାଷଣ, ପ୍ରଧାନଆଚାର୍ଯ୍ୟ ଦାମୋଦର ନାୟକ ବିବରଣୀ ପାଠ ଓ ଆଚାର୍ଯ୍ୟ ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୨୫-୨୬ ଶିକ୍ଷା ବର୍ଷର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଆଚାର୍ଯ୍ୟ ସ୍ୱର୍ଗତଃ ସୁବାଷ ଚନ୍ଦ୍ର ବରାଳଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଅନନ୍ତ ପଲେଇ, କାନନ ବାଳା ରାଉତରାୟ,ପ୍ରଫୁଲ୍ଲ ଜେନା, ସଂଯୁକ୍ତା ପେଡା, ରଶ୍ମିରେଖା ନନ୍ଦ, ସୂର୍ଯ୍ୟମଣି ଜେନା, ଅକ୍ଷୟ ଜେନାଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉପ-ସଭାପତି ସୁରେନ୍ଦ୍ର ବାରିକ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ବେହେରା, କୋଷାଧ୍ୟକ୍ଷ ସୁବାଷ ଚନ୍ଦ୍ର ସ୍ୱାଇଁ, ଶାନ୍ତିଲତା ନାଥ, ପୁଷ୍ପା ପଣ୍ଡା, ପ୍ରଫୁଲ୍ଲ ପଣ୍ଡା, ସଞ୍ଜୟ ଲେଙ୍କା, ଅଞ୍ଜୁବାଳା ସାହୁ, ଭରତ ଚନ୍ଦ୍ର ପଣ୍ଡା, ଶତୀସ୍ ନାରାୟଣ ସାହୁ, କିଶୋର ସେନାପତି, ହରିହର ପାତ୍ର, ଉତ୍କଣ୍ଠା ରାଉତ, ମିଲି ମଲ୍ଲିକ୍‌, ପବିତ୍ରା ଶତପଥି, ଚନ୍ଦ୍ରାବତୀ ସାହୁ, ସୁରେଶ ଖିଲାର, ଝରଣା ସାହୁ ଆଚାର୍ଯଆଚାର୍ଯ୍ୟାଙ୍କ ସମେତ ଅପା ବାସନ୍ତୀ ଜେନା ଓ ରଜନୀ ରାଉତ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।