Odiapua.com

ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତର କଂଗ୍ରେସ ସମିତି ସଭ୍ୟ ସମର୍ଥକଙ୍କ ସହ ବିଜେପିରେ ମିଶିଲେ

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବନ୍ତ ବ୍ଲକ ଅନ୍ତର୍ଗତ ଛୟାଳସିଂ ପଞ୍ଚାୟତର କଂଗ୍ରେସ ଦଳର ସମିତି ସଭ୍ୟ ସୁଦାମ ଚରଣ ଖଣ୍ଡା ତାଙ୍କ ସହଯୋଗୀମାନଙ୍କ ସହିତ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳ ଛାଡି ବିଜେପି ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ଏକ ମିଶ୍ରଣ ପର୍ବ ଭଣ୍ଡାରୀପୋଖରୀ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ ଓ ରାଜ୍ୟ ସମ୍ପାଦକ ଅଭିମୁନ୍ୟ ସେଠୀଙ୍କ ଉପସ୍ଥତିରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣପର୍ବ ଅବସରରେ ଅନୁଷ୍ଠିତ ଏକ ସଭାରେ ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା ସଭାପତିତ୍ୱ କରିଥିଲେ । ଶ୍ରୀ ଖଣ୍ଡାଙ୍କ ସମେତ କଂଗ୍ରେସ ଦଳର ବରିଷ୍ଠ କର୍ମୀ ରତିକାନ୍ତ ଓଝା, ଗଣେଶ ପ୍ରସାଦ ଓଝାଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କର୍ମୀ କଂଗ୍ରେସ ଦଳ ଛାଡି ବିଜେପିରେ ମିଶିଥିଲେ । ଯୁବନେତା ସନ୍ତୋଷ ନାୟକ ନବାଗତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ଶ୍ରୀ ସେଠୀ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ ।