Odiapua.com

ବନ୍ତ ବିଜେପି ପକ୍ଷରୁ ମୋ ନବ ମତଦାତା ସମ୍ମିଳନୀ

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବିଜେପି ପକ୍ଷରୁ ଆଜି ମୋ ନବ ମତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିମାପଡ଼ା ସ୍ଥିତ ଶାନ୍ତିବନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏଥିôରେ ୨୫ଗୋଟି ପଞ୍ଚାୟତରୁ ହଜାର ସଂଖ୍ୟାରେ ଯୁବଗୋଷ୍ଠୀ ଯୋଗ ଦେଇଥିଲେ । ବିଜେପି ନେତା ଡ଼ ସୁଧାଂଶୁ ଶେଖର ନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ ନୂଆ ଯୁବ ଭୋଟର । ପ୍ରଧାନମନ୍ତ୍ରୀ ଯୁବକ ମାନଙ୍କ ଉଦ୍ଦେଶ୍ୟରେ ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି କହି ଯୁବ ଗୋଷ୍ଠୀ ମାନଙ୍କ ସହ ସିଧା ସଳଖ ଯୋଡ଼ି ହେବାକୁ ସେ ଚାହୁଁ ଥିବା କହିଥିବା ବେଳେ ଯୁବକ ମାନେ ଚାହିଁଲେ ଭାରତ ବର୍ଷ ଅଧିକ ବିକଶିତ ହୋଇପାରିବା ସହ ଏକ ସମୃଦ୍ଧ ଓ ସଶକ୍ତ ରାଷ୍ଟ୍ର ଗଠନ ସମ୍ଭବ ବୋଲି ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ କେନ୍ଦ୍ରର ମୋଦି ସରକାର ନେଉଥିବା ଯୁଗାନ୍ତକାରୀ ପଦକ୍ଷେପ ଉପରେ ଶ୍ରବଣ ପରେ ଯୁବ ଭୋଟର ମାନେ ଆଗାମୀ ନିର୍ବାଚନରେ ମତଦାନ ନେଇ ଅନୁଭୂତି ରଖିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ବିଧାନସଭା ନେତା ସୁଧାଂଶୁ ଶେଖର ନାୟକ ପ୍ରମୁଖ ନୂତନ ଭୋଟର ଦେଶର ଭବିଷ୍ୟତ ସେମାନଙ୍କ ମୂଲ୍ୟବାନ ମତରେ ଏକ ସମୃଦ୍ଧ ଭାରତ ଗଠନ ସହ ରାମ ରାଜ୍ୟର ପରିକଳ୍ପନା ସମ୍ଭବ ହୋଇପାରିବ ବୋଲି କହିଥିଲେ । ଯୁବ ମୋର୍ଚ୍ଚା ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସ୍ୱାଇଁ, ଗଗନ ସାହୁ, ସୁରେଶ୍ୱର ବାରିକ, ଅମୁଲ୍ୟ ରତ୍ନ ନନ୍ଦ, ଦିପକ ନାଥ, ରବିନ୍ଦ୍ର ସେଠୀ,ଅନନ୍ତ ନାୟକ, ବିଳାଶ ଦାସ, ଦିଲ୍ଲିପ ସାହୁ, ବନମାଳୀ ବାରିକ, ସୁରେଶ ବିଶ୍ୱାଳ, ହରିହର ରାଉତ, ଗୋପାଳ କୃଷ୍ଣ ଦାଶ, ପଦ୍ମିନୀ ନାୟକ, ବନ୍ତ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ, ବରଡେଶ୍ୱର ମଣ୍ଡଳ ସଭାପତି ନବକିଶୋର ବଳ, କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।