Odiapua.com

ବନ୍ତ ବିଜେପିର ବିଜୟ ଉତ୍ସବ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୪ଗୋଟି ରାଜ୍ୟରେ ସଦ୍ୟ ନିର୍ବାଚନ ଫଳା ଫଳ ପ୍ରକାଶ ପାଇବା ପରେ ବନ୍ତ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି । ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ପୂର୍ଣ୍ଣ ବହୁମତ ପାଇବା ପରେ ବିଜେପି କାର୍ଯ୍ୟକର୍ତ୍ତା ଖୁସି ମନାଇଥିଲେ । ସ୍ଥାନୀୟ ଜଳ ସେଚନ କାର୍ଯ୍ୟାଳୟ ଠାରୁ ଦଳୀୟ କର୍ମୀ ମାନେ ଏକ ଶୋଭାଯାତ୍ରାରେ ଯାଇ ବଜାର ପରିକ୍ରମା କରିବା ସହ ଥାନା ଛକରେ ଆତସବାଜି ସହ ମିଷ୍ଠାନ ବଣ୍ଟନ କରିଥିଲେ । ବିଜେପି ନେତା ସୁଧାଂଶୁ ଶେଖର ନାୟକ, ପଞ୍ଚାନନ ରାଉତ, ବରୁଣ ନାୟକଙ୍କ ସମେତ ଶତାଧିକ ଯୋଗ ଦେଇଥିଲା । ସେହିପରି ଆଗରପଡ଼ା କଲେଜ ଛକ ଠାରେ ମହତାବ ମଣ୍ଡଳ ସାଧାରଣ ସମ୍ପାଦକ ଅମୁଲ୍ୟ ରତ୍ନ ନନ୍ଦଙ୍କ ଆବାହକତ୍ୱରେ ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ପଣ୍ଡା, ଅଶୋକ କୁମାର ପରିଡ଼ା, ଗୋପାଳ କୃଷ୍ଣ ଦାଶ, ମଦନ ମୋହନ ଦାଶ, ବାଦଲ ଦାସ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଳ ଓଡ଼ିଶାରେ ଶାସନ କରିବ କହି ମିଷ୍ଠାନ ବଣ୍ଟନ କରିଥିଲେ । ପ୍ରାରମ୍ଭରେ ଦଳୀୟ କର୍ମୀ ମାନେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ ।