Odiapua.com

ବନ୍ତ ବଜାରରେ କୋଟପା ଚଢଉ

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟ ତମାଖୁ ନିୟନ୍ତ୍ରଣ ଆଇନର କାର୍ଯ୍ୟାନ୍ୱୟନ ନେଇ ଆଜି ବନ୍ତ ବଜାରରେ ଧରପଗଡ ଆରମ୍ଭ ହୋଇଛି । ବନ୍ତ ଥାନା ପୁଲିସର ଏସ.ଆଇ. ପ୍ରସାଦ କୁମାର ଜେନା ଏବଂ ତାଙ୍କ ଦଳ ସହିତ ଏପିଡେମିଲୋଜିଷ୍ଟ ଡା. କାଶୀନାଥ ପଣ୍ଡା, ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକ ଦୀପକ କୁମାର ରାଉତ ଏବଂ ଡ୍ରଗସ୍ ଇନ୍ସିପେକ୍ଟର ଅଫିସର କର୍ମଚାରୀଙ୍କୁ ନେଇ ଧରପଗଡ ପାଇଁ ଏକ ସ୍କ୍ୱାର୍ଡ ଗଠିତ ହୋଇଥିଲା । ଏହି ସ୍କ୍ୱାର୍ଡଙ୍କୁ ନେି ଚଢାଉ କରାଯାଇଥିଲା । ନିଷେଧ ଥିବା ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଅପରାଧରେ ୧୨ ଜଣ ଦୋକାନୀଙ୍କ ଠାରୁ ୨୪ ଶହ ଟଙ୍କା ଜରିମାନା ଆଦାୟ କରାଯିବା ସହିତ ଉକ୍ତ ଦ୍ରବ୍ୟ ସବୁ ଜବତ କରାଯାଇ ନଷ୍ଟ କରିଦିଆଯାଇଥିଲା ।