Odiapua.com

ବନ୍ତ କଲେଜରେ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ, ମହତାବ ଗୋପବନ୍ଧୁଙ୍କ ପରି ହେବାକୁ ପରାମର୍ଶ-ପ୍ରଫୁଲ୍ଲ ସାମଲ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଆଜି କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ରାଜ୍ୟରେ ନବୀନ ସରକାର ପାଠ ପଢା ସାଙ୍ଗକୁ କ୍ରୀଡ଼ାକୁ ସର୍ବଧିକ ଗୁରୁତ୍ୱାରୋପ କରିଆସୁଛନ୍ତି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉଲକେଲାର ବିର୍ଶାମୁଣ୍ଡା ଷ୍ଟାଡିୟମ୍‌ରେ ହକି ଖେଳ ଆୟୋଜନ କରି ସରକାର ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ । ସେହି ଧାରା ବଜାଇ ରଖିବାକୁ ଯାଇ ରାଜ୍ୟ ସରକାର ଯୁବ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ କ୍ରୀଡ଼ା ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଏଥିରେ ଅଧିକରୁ ଅଧିକ ସଂଖ୍ୟକ ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଭଲ ଖେଳି ଓ ଭଲ ପାଠ ପଢି ଭବିଷ୍ୟତରେ ଉତ୍କଳ କେଶରୀ ଡ.ମହତାବ ଓ ସେବାର ପ୍ରତୀକ ଗୋପବନ୍ଧୁଙ୍କ ପରି ହେବାକୁ ଲକ୍ଷ୍ୟ ରଖ,ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ ଓ ଉଦ୍ୟମ ଜାରି ରଖ ବୋଲି ସେ ପରାମର୍ଶ ଦେଇଥିଲେ ।

ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରାଜ୍ୟ ସରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ଥରରେ ବିଭିନ୍ନ ବିଭାଗରେ ଛାତ୍ର ଛାତ୍ରୀ ମାନେ ପାରଙ୍ଗମ ହେବା ନେଇ ଯୋଜନା ମାନ ପ୍ରଣୟନ କରୁଛନ୍ତି । ଏହାର ସଦୁପଯୋଗ କରି ଭଲ ଓ ବଡ଼ ମଣିଷ ହେବାକୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା କହିଲେ ଛାତ୍ର ଛାତ୍ରୀ ମାନେ ଅର୍ନ୍ତନୀହିତ ଗୁଣକୁ ପ୍ରଷ୍ପୁଟିତ କରି ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ପୁରଣ ଦିଗରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ସଭାରେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ତହସିଲଦାର ଅଙ୍କିତା ବାରିକ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁପ୍ତ ପ୍ରତିଭାକୁ ବିକଶିତ କରିବାରେ କ୍ରୀଡ଼ା ଉତ୍ସବ ସୁଯୋଗ ସୃଷ୍ଟି କରିବା ସହ ଯୁବ ସମାଜର ବିକାଶରେ ରାଷ୍ଟ୍ର ଆଗେଇବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ କୀର୍ତ୍ତନ ବହାରୀ ନାୟକ ଅତିଥି ପରିଚୟ ଓ ଶେଷରେ ବିଭାଗୀୟ ମୁଖ୍ୟ ଆଦିତ୍ୟ ନାରାୟଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଅରଘୁନାଥ ପୃଷ୍ଟି, କଲ୍ୟାଣ ରାଉତ, ସଞ୍ଜୁକ୍ତା ରାଉତ, ରାଜେଶ ବିଶ୍ୱାଳ, ପ୍ରକାଶ ଦେବତା, ଅନିଲ ଲେଙ୍କା, ରାଜଶ୍ରୀ ନାୟକ, ରେହେନୁମା ନେସନ୍‌, ରାଜେଶ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।