Odiapua.com

ବନ୍ତ ଓ କାଦବରାଙ୍ଗରେ ସାଇବର ସଚେତନତା ଶିବିର

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ହାଇସ୍କୁଲରେ ଛାତ୍ରଙ୍କୁ ନେଇ ଥାନା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଧାମନଗର ଉପଖଣ୍ଡ ଅଧିକାରୀ ବିଷ୍ଣୁ ଚରଣ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଥାନାଧିକାରୀ ସୁପ୍ରକାଶ ମହାନ୍ତି, ହାବିଲଦାର ରମାକାନ୍ତ ଭୂୟାଁ ଯୋଗଦେଇ ମୋବାଇଲ୍ ଆପରେ ଅଜଣା ନମ୍ବରରୁ ଆସୁଥିବା ବିଭିନ୍ନ ପ୍ରକାରର ବାର୍ତାକୁ ଗ୍ରହଣ ନକରିବା, ଇଟଂରନେଟ, ମୋବାଇଲ୍ ବ୍ୟବହାର ସୂଚାର ରୂପେ କରିବା, ଅଜଣା କଲ୍ ନଉଠାଇବା,ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଫଟୋ ପ୍ରେରଣ ନକରିବା ବା ଡାଉନଲୋର୍ଡ ନକରିବା, ସାଇବର ସୁରକ୍ଷା ଓ ଠକାମୀରୁ ବର୍ତିବା ନେଇ ବିଭିନ୍ନ ଦିଗ ଉପରେ ବୁଝାଇଥିଲେ । ଆବଶ୍ୟକ ସ୍ଥଳେ ୧୯୩୦ ନମ୍ବରରେ ସାଇବର ଅଫିସକୁ ଜଣାଇବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ସାଇବର ଠକେଇ ସର୍ମ୍ପକିତ ପ୍ରଶ୍ନତୋର କାର୍ଯ୍ୟକ୍ରମରେ ଛାତ୍ର ମାନେ ଭାଗ ନେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଭାସ୍ୱତୀ ଜେନାଙ୍କ ତତ୍ୱାବଧାନରେ ଶିକ୍ଷୟିତ୍ରୀ ପ୍ରତିମା ସାହୁ, ଅମିତା ଲେଙ୍କା, ଜିତୁ ବରାଳ, ଲକ୍ଷ୍ମୀଧର ମଲ୍ଲିକ ସହଯୋଗ କରିଥିଲେ । ସେହିପରି କାଦବରାଙ୍ଗ ପିଏମ୍‌ଶ୍ରୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଅଧିକାରୀଙ୍କ ସମେତ ଥାନାଧିକାରୀ ରାଜେଶ କୁମାର ସେଠୀ, ଏସଆଇ ଇଭାରାଣୀ ପରିଡା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ସମୟରେ ସାଇବର ଠକଙ୍କ ଦ୍ୱାରା ସାଧାରଣ ଲୋକେ କିପରି ଶିକାର ହେଉଛନ୍ତି ସେ ନେଇ କହିଥିବା ବେଳେ ମୋବାଇଲର ସଠିକ୍ ବ୍ୟବହାର,ସାମାନ୍ୟ ଭୁଲ୍ ଯୋଗୁ ଠକାମୀରେ ପଡି ସର୍ବସ୍ୱ ନ ହରାଇବା, ଫ୍ରେଣ୍ଡ ରିକ୍ୟୁଏଷ୍ଟକୁ ଗ୍ରହଣ ନକରିବା ନେଇ ଆଦି ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ବିମଳ ଚନ୍ଦ୍ର ଦାସ, ନାରାୟଣ ଚନ୍ଦ୍ର ପୁରୀ, ଶକୁନ୍ତଳା ରାଉତ, ଅମୃତଲାଲ ମହାନ୍ତି, ମାନସ କୁମାର ଭୂୟାଁ, ସଙ୍ଗୀତା ରାଣୀ ବେହେରା, ସ୍ୱପ୍ନାଲୋକ ସୂତାର, ଅନୁରାଧା ପାଣିଗ୍ରାହୀ, ରିହା ରାଉଳ, ଜ୍ଞାନରଞ୍ଜନ ଖଣ୍ଡେଇ, ନବନ୍ତିତା ନନ୍ଦୀ ଏବଂ ରାଜ କିଶୋର ଜେନା ପ୍ରମୁଖ ସହଯୋଗ କରିଥିଲେ ।