Odiapua.com

ବନ୍ତୋଲରେ ଗ୍ରାମରେ ବଡ଼ ଧରଣର ଚୋରି ଝରକା ଭାଙ୍ଗି ବୋହିନେଲେ ଲକ୍ଷାଧିକ ନଗଦ ଅର୍ଥ ଓ ସୁନାଗହଣା

ତାଳଚେର, ୨୭/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଥାନା ଅଧିନସ୍ଥ ବନ୍ତୋଲ ଗ୍ରାମ ସ୍କୁଲ ସାହିର ସୁନିଲ କୁମାର ରଥ ନାମକ ଜନୈକ ବ୍ୟକ୍ତିଙ୍କ ଶୋଇବା ଘରର ଝରକା ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ନଗଦ ଟଙ୍କା ଏବଂ ଲକ୍ଷାଧିକ ମୂଲ୍ୟର ସୁନାଗହଣା ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବନ୍ତୋଲ ଗ୍ରାମ ସ୍କୁଲ ସାହିର ସୁନିଲ କୁମାର ରଥ ସପରିବାର ସହିତ ଗତକାଲି ଅନୁଗୋଳ ଗୀତାଗ୍ରାମ ଠାରେ ଗୃହ ପ୍ରବେଶକୁ ଯାଇଥିଲେ। ଘରେ କେହିହେଲେ ନଥିଲେ। ତେବେ କାଲି ସନ୍ଧ୍ୟାରେ ଅନ୍ୟମାନେ ବନ୍ତୋଲ ବାସଭବନକୁ ଫେରି ଆସିଥିବା ବେଳେ ସୁନିଲ ଏବଂ ତାଙ୍କ ସ୍ତ୍ରୀ ଗୀତା ଗ୍ରାମ ବାସଭବନରେ ରହିଥିଲେ। ତେବେ ଆଜି ସକାଳେ ସୁନିଲଙ୍କ ସାନ ଭାଇ ଫୋନ୍ କରି ଘରର କବାଟ ଖୋଲୁ ନାହିଁ ବୋଲି କହିଥିଲେ। ତେବେ ଝରକା ଭାଙ୍ଗି ସମସ୍ତ ସୁନା, ରୂପା ଓ ନଗଦ ଟଙ୍କା ଚୋରୀ ହୋଇଥିବାର ସାନ ଭାଇ ଦେଖିବାକୁ ପାଇବାପରେ ପୁଣି ଫୋନ୍ ମାଧ୍ୟମରେ ସୁନିଲଙ୍କୁ ଜଣାଇଥିଲେ। ଚୋରମାନେ ଆଲମିରା ଭାଙ୍ଗି ୪ଟି ସୁନା ଚେନ୍‌, ଗୋଟିଏ ସୁନା ଲକେଟ୍‌, କାନଫୁଲ, ମୁଦି ଇତ୍ୟାଦି ପ୍ରାୟ ୮୦ଗ୍ରାମ ସୁନା, ରୁପା ପାଉଁଜି ଓ ଗୋଡ଼ ମୁଦି ଆଦି ପ୍ରାୟ ୬୦ ହଜାର ଟଙ୍କାର ଗହଣା ସମେତ ନଗଦ ୧ଲକ୍ଷ ୪୦ ହଜାର ଟଙ୍କା ଚୋରି କରିଛନ୍ତି ବୋଲି ଶ୍ରୀ ରଥ ତାଳଚେର ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି। ନିଜର ଗଚ୍ଛିତ ଅର୍ଥକୁ ଫେରି ପାଇବାକୁ ଚୋରଙ୍କ ବିରୁଦ୍ଧରେ ପୋଲିସ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ରଥ ନିବେଦନ କରିଛନ୍ତି। ଅଭିଯୋଗ ପାଇବାପରେ ତାଳଚେର ପୋଲିସ କେସ୍ ନଂ-୪୬୩, ତା୨୭/-୦୬/୨୦୨୨ରିଖରେ ୪୫୭/୩୮୦ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।