Odiapua.com

ବନ୍ତର ବିକାଶ ନେଇ ବରିଷ୍ଠଙ୍କ ସହ ଆଲୋଚନା କଲେ ବିଧାୟକ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳି ଟି ଭୌଗଳିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଠାରେ ଯୋଗଜନ୍ମା ପୁରୁଷ ଡ.ହରେକୃଷ୍ଣ ମହତାବ ଜନ୍ମ ଗ୍ରହଣ କରି ଏହି ସମଗ୍ର ଓଡିଶା ମାଟିକୁ ଦିଗ୍‌ଦର୍ଶନ ଦେଇଛନ୍ତି । ଏହି ମାଟିର ସାମଗ୍ରୀକ ବିକାଶଧାରାକୁ ତ୍ୱରାନ୍ୱିତ କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି । ଆଜି ବନ୍ତ ବ୍ଲକର ବରିଷ୍ଠ ନାଗରିକ ତଥା ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଭାସ୍କର ଚନ୍ଦ୍ର ପାଢୀ,ରଘୁନାଥ ସାହୁ,କୈଳାସ ଚନ୍ଦ୍ର ଧଳ,କିଶୋର ଚନ୍ଦ୍ର ଦାଶ,ଅନ୍ତର୍ଯ୍ୟାମି ଓଝା,ଭାଗବତ ସୁତାର,ଚିନ୍ତରଞ୍ଜନ ସାମନ୍ତରାୟ,ପ୍ରଶାନ୍ତ ସାମଲ,ଚକ୍ରଧର ପାଣିଗ୍ରାହୀ,ହରିହର ପାଣିଗ୍ରାହୀ,ଅଲେଖ ଚନ୍ଦ୍ର ନାୟକ,ସମ୍ବାଦଦାତା ହେମନ୍ତ ସିଂହ,ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବନ୍ତ ସଦର ମହକୁମାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା,ଡ.ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ,ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ,କୋର୍ଟ ପ୍ରତିଷ୍ଠା,ଭଦ୍ରକ ଓ ଆଗରପଡାରେ ବରିଷ୍ଠ ନାଗରିକଙ୍କ ପାଇଁ ସଭାଗୃହ,ଆଗରପଡାରେ ବି.ଇ.ଡି କଲେଜ ପ୍ରତିଷ୍ଠା ଆଦି ନେଇ ଆଲୋଚନା କରାଯାଇଥିଲା । ଏଥିସହ ଭଦ୍ରକରେ ଭେଷଜ ମହା ବିଦ୍ୟାଳୟ ପ୍ରତିଷ୍ଠା ଏବଂ ଭଦ୍ରକ କଲେଜକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ନେଇ ସରକାର ଚେଷ୍ଟିତ ଥିବା ବିଧାୟକ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ବେହେରା,ଗୋଲକ ଚନ୍ଦ୍ର କୁଣ୍ଡୁ,ରତ୍ନାକର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।