ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ର ବନ୍ତ ବ୍ଲକର ପଂଚାୟତ ସମିତି କାର୍ଯ୍ୟଳୟ, ବନ୍ତ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ସହିତ ଆରକ୍ଷୀ ଅଧିକାରୀ ମନୋଜ ରାଉତ,ମୂଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ , ଗୋଷ୍ଟି ଉନ୍ନୟନ ଅଧିକାରି,ତହସିଲଦାର, ବନ୍ତ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୭୬ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୬୨ ଟି ବ୍ୟକ୍ତିଗତ ଥିଲାବେଳେ , ୧୩ଟି ସାମୁହିକ ଥିଲା। ରେଡକ୍ରସ ରୁ ୧ ଜଣଙ୍କୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।