Odiapua.com

ବନ୍ତରେ ବରଡେଶ୍ୱର ମଣ୍ଡଳର ବୁଥ୍ ପ୍ରମୁଖ କର୍ମଶାଳା

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ବରଡେଶ୍ୱର ମଣ୍ଡଳର ବିଜେପି ବୁଥ୍ ପ୍ରମୁଖ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କର୍ମଶାଳାକୁ ଦଳର ଭଣ୍ଢାରିପୋଖରୀ ବିଧାନ ସଭାନେତା ଡ.ସୁଧାଂଶୁ ଶେଖର ନାୟକ ଉଦ୍‌ଘାଟନ କରି କହିଲେ ବୁଥ୍ ସଭାପତି ଦଳର ମୂଳ ଭିତିଭୂମି, ପଦବୀ ଓ ଦାୟିତ୍ୱକୁ ବୁଥ୍ ସଭାପତି ମାନେ ନିର୍ବାହ କରିବା ମହତ୍ୱ ପୂର୍ଣ୍ଣ ଅଟେ । ଦଳକୁ ଯଶ୍ୱସୀ କରାଇବାରେ ସଭାପତି ମାନେ କର୍ତବ୍ୟ ପାଳନ ପୂର୍ବକ କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନାଙ୍କ ଆବାହକତ୍ୱରେ ପୂର୍ବତନ ମଣ୍ଡଳ ସଭାପତି ନବକିଶୋର ବଳ ମାର୍ଗଦର୍ଶନ କରିଥିଲେ । ଏହି ମଣ୍ଡଳ ଅଧିନ କେନ୍ଦୁଆପଦା, ରାମପୁର,ରାମକୃଷ୍ଣ ପୁର, ତୋଡଗାଁ, ଷେଣ୍ଢତିରା ଆଦି ପଚାଂୟତର ୪୩ ଜଣ ବୁଥ୍ ସଭାପତି ରଶ୍ମିରେଖା ସ୍ୱାଇଁ, ଶଶିକାନ୍ତ ଜେନା,ଅଶୋକ କୁମାର ନାୟକ, ଗୟାଧର ପ୍ରଧାନ, ଧମେନ୍ଦ୍ର ମଲ୍ଲିକ୍‌, ଦିଲ୍ଲୀପ କୁମାର ବେଜ, ମଦନ ମୋହନ ସାହୁ, ବିଦ୍ୟାଧର ସେନାପତି, ପ୍ରଶାନ୍ତ ନାୟକ,କାର୍ତିକ ମହାକୁଡ,ଆଦିତ୍ୟ କୁମାର ସ୍ୱାଇଁ, ଅନାଦି ଚରଣ ଜେନା, ସୁଦୀପ କୁମାର ଖିଲାର, ଗଜେନ୍ଦ୍ର ମହାନ୍ତି, ଖଗେଶ୍ୱର ବାରିକ୍ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ୍ ଥିଲେ ।