Odiapua.com

ବନ୍ତରେ ତିନି ମଣ୍ଡଳରେ ତ୍ରିରଙ୍ଗା ଶୋଭାଯାତ୍ରା

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବଚନ ମଣ୍ଡଳୀ ଅର୍ନ୍ତଗତ ବନ୍ତ, ବରଡେଶ୍ୱର ଓ ମହତାବ ମଣ୍ଡଳରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶନିବାର ବରଡେଶ୍ୱର ମଣ୍ଡଳ ସଭାପତି ଇଂ. ପ୍ରମୋଦ ଜେନାଙ୍କ ତତ୍ୱାବଧାନରେ ଗଣ୍ଡଗରା ଛକ ଠାରୁ ଶୋଭାଯାତ୍ରା ବାହାରି ବନ୍ତ ଡାକ୍ତରଖାନା ଠାରେ ଶେଷ ହୋଇଥିଲା । ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅପରାହ୍ନରେ ଟିଲୋ ଅମ୍ବିକା ମନ୍ଦିର ଠାରୁ ଶ୍ରୀବନ୍ତପୁର ତାରିଣୀ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଥିଲା । ମଣ୍ଡଳ ସଭାପତି ସନ୍ତୋଷ ନାୟକଙ୍କ ତତ୍ୱାବଧାନରେ ସାଧାରଣ ସମ୍ପାଦକ ଆନନ୍ଦ ଚନ୍ଦ୍ର ଓଝା,ପୂର୍ବତନ ସରପଚଂ କୃପାସିନ୍ଧୁ ସେଠୀ, କମଳା ସାହୁ, ଆଇନିଜିବୀ ମାଧବାନନ୍ଦ ଦାସ, ପରମେଶ୍ୱର ବାରିକ, ମହିଳା ସଭାନେତ୍ରୀ ରୀତାରାଣି ବେହେରା, ପ୍ରଣବ ଲେଙ୍କା, ବିଳାସ ଦାସ, ସୁରେଶ୍ୱର ବାରିକ ପ୍ରମୁଖ ଶୋଭାଯାତ୍ରାର ନେତୃତ୍ୱ ଥିଲେ । ସେହିପରି ମହତାବ ମଣ୍ଡଳରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦଙ୍କ ଆବାହକତ୍ୱରେ ଦଳର ଜିଲ୍ଲା ସମ୍ପାଦକ କିଶୋର କିଙ୍କର ପଢିଆରୀ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡା, ଚିନ୍ମୟ ମହାପାତ୍ର,ମହାନ୍ତିପଡା ସମିତିସଭ୍ୟ ନିର୍ମଳ ନାୟକ, ବି.ଟିପୁର ସମିତିସଭ୍ୟ ପ୍ରତିନିଧି ବସନ୍ତ ପତି, ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ରାଉତ, ପୂର୍ବତନ ସମିତିସଭ୍ୟ ବସନ୍ତ ନାୟକ,ତପନ ସିଂହ, ମଣ୍ଡଳ ଯୁବ ସଭାପତି ସୁଭେନ୍ଦୁ ବେହେରା,ବିଷ୍ଣୁ ପଣ୍ଡା,ପ୍ରଫୁଲ୍ଲ ମହାନ୍ତି, ପୟୋଧର ବାରିକ,ସୋନୁ ମହାନ୍ତି, ରମେଶ ସାହୁ, ପ୍ରଫୁଲ୍ଲ ସିଂହ, ମଦନ ମୋହନ ଦାଶ, ବିଜ୍ଞାନ ଭୂଷଣ ମହାନ୍ତି ପ୍ରମୁଖ ଶୋଭାଯାତ୍ରାରେ ସାମିଲ୍ ଥିଲେ ।