Odiapua.com

ବନ୍ତରୁ ୬ ଜଣ ରାଜ୍ୟ ସ୍ତରୀୟ ଯୋଗକୁ ମନୋନୀତ

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକର ୫ ଗୋଟି ସ୍କୁଲରୁ ୬ ଜଣ ପ୍ରତିଭାଗୀ ରାଜ୍ୟ ସ୍ତରୀୟ ଯୋଗକୁ ମନୋନୀତ ହୋଇଛନ୍ତି । ଏହି ବ୍ଲକର କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟର ୧୭ ବର୍ଷରୁ କମରେ ଗୀତାଞ୍ଜଳୀ ଜେନା, ଆଗରପଡା ସରକାରୀ ବାଳିକା ବିଦ୍ୟାଳୟର ତମସା ନାଥ, ଆଶାମଣୀ ଉଚ୍ଚ ବିଦ୍ୟାପୀଠ କୁଣ୍ଡି ମହାନ୍ତିପଡାର ବିଶ୍ୱଜିତ୍ ତିଆଡୀ,ଗଣିଜାଙ୍ଗ ନେହେରୁ ନୋଡାଲ୍ ଉଚ୍ଚ ବିଦ୍ୟାପୀଠର ବର୍ଷାରାଣୀ ମୁଖୀ ଏବଂ ପଧାନପଡା ବନ ବିହାରୀ ନୋଡାଲ୍ ସ୍କୁଲ ୧୪ ବର୍ଷରୁ କମ୍‌ରେ ସେକ ଅନସାରୀ ଓ ନାରାୟଣ ସାହୁ ରାଜ୍ୟସ୍ତରୀୟ ଯୋଗ ପ୍ରତିେଯୋଗିତାର ଭାଗ ନେବା ନେଇ ମନୋନୀତ ହୋଇଛନ୍ତି । ସେହିପରି ବନ୍ତ ବ୍ଲକରୁ ଫୁଟବଲରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଚମ୍ପିୟନ୍ ହୋଇ ୧୭ ବର୍ଷରୁ କମ୍ ଏବଂ ୧୪ ବର୍ଷରୁ କମ୍ ବାଳକ ବିଭାଗରେ ରାଜ୍ୟ ସ୍ତରକୁ ଯାଇଛନ୍ତି । ବିଭିନ୍ନ ବିଦ୍ୟାଳୟର ଗାଇଡ ଶିକ୍ଷକ ଶୁଭଶ୍ରୀ ପତି, ବିଦ୍ୟୁତ ଲତା ଦାସ, ଧିରେନ୍ଦ୍ର ଷଡଙ୍ଗୀ, ଡଲିରାଣୀ ଦାସ, ସେକ୍ ଆଝାରୁଦ୍ଦିନଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଏହି ସଫଳତା ପାଇ ବ୍ଲକକୁ ଗୌରବାନ୍ୱିତ କରିଛନ୍ତି । ଏନେଇ ଶନିବାର ବନବିହାରୀ ନୋଡାଲ୍ ସ୍କୁଲ ପରିସରରେ ଦୁଇ କ୍ରୀଡାବିତ୍ ସେକ୍ ଅନସାରୀ ଓ ନାରାୟଣ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । କ୍ରୀଡା ଶିକ୍ଷକ ସେକ୍ ଆଝାରୁଦ୍ଦିନଙ୍କ ତତ୍ୱାବଧାନରେ ପ୍ରଧାନଶିକ୍ଷକ ନରେନ୍ଦ୍ର ସାହୁ ,ସତ୍ୟରଞ୍ଜନ ଦାସ, ଝିଲ୍ଲୀରାଣୀ ଘଡେଇ,ବିଶ୍ୱନାଥ ମାଝୀ, ରମେଶ ପ୍ରସାଦ କରଙ୍କ ସମେତ ବନ୍ତ ବ୍ଲକ କ୍ରୀଡା ସମ୍ପାଦକ ମନୋଜ ଶଙ୍ଖୁଆ, ପଧାନପଡା ଜୋନ ସଭାପତି ଜଗନ୍ନାଥ ଦ୍ୱିବେଦୀ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଛନ୍ତି ।