Odiapua.com

ବନସ୍ତା ଡିଲରଙ୍କ ବେଆଇନ ସ୍ଥାନରେ ସାମଗ୍ରୀ ବିତରଣକୁ ବନ୍ଦ କଲେ ବିଡିଓ

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନସ୍ତା ଗ୍ରାମର ଖାଦ୍ୟ ସୁରକ୍ଷା ଡିଲର ବସନ୍ତ କୁମାର ସାହୁ ଅନୁମୋଦିତ ଡିଲର ପଏଣ୍ଟକୁ ଏଡାଇ ଦୁଇ କିଲୋମିଟର ଦୂରରେ ମନମୁଖି ଭାବେ ବିତରଣ କରୁଥିବା ସାମଗ୍ରୀ ବିତରଣକୁ ବିଡିଓ ଦେବଦତ୍ତ ଦାଶ ଶନିବାର ବନ୍ଦ କରିଛନ୍ତି । ସ୍ଥାନୀୟ ବ୍ଲକ ଅଞ୍ଚଳରେ ଅନୁମୋଦିତ ଡିଲର ପଏଣ୍ଟ ବ୍ୟତିରକେ ଭିନ୍ନ ସ୍ଥାନରେ ମନମୁଖି ଭାବେ ସାମଗ୍ରୀ ବିତରଣ କରି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ମାତ୍ର ବସନ୍ତ କୁମାର ସାହୁ ଅଦୃଶ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏଭଳି କାର୍ଯ୍ୟ କରିଚାଲିଥିଲେ । ଏଥିପାଇଁ ବହୁ ବାର ଅଭିଯୋଗ ମଧ୍ୟ ହୋଇଥିଲା । ମାତ୍ର କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ସଂପୃକ୍ତ ଡିଲର ସୁରକ୍ଷିତ ରହିଆସୁଥିଲା । ମାତ୍ର ଏôତନେଇ ସାନି ଅଭିଯୋଗ ହେବା ପରେ ବିଡିଓ ଶ୍ରୀ ଦାଶ ବେଆଇନ ସ୍ଥାନରେ ସାମଗ୍ରୀ ବିତରଣକୁ ବନ୍ଦ କରିବାକୁ ମାର୍କେଟିଂ ଇନିସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶନିବାର ଏହି କାର୍ଯ୍ୟକୁ ବନ୍ଦ କରାଯାଇଥିବା ଜଣାଯାଇଛି ।