Odiapua.com

ବନବିହାରୀପୂର ଓ ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ

ତେଲକୋଇ, ୩ ଜାନୁଆରୀ (ଓଡ଼ିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ବନାଞ୍ଚଳ ଅଧିନସ୍ଥ ବନବିହାରୀପୂର ଓ ଦୁଲ୍ଲଭପୁର ଗାଁରେ ଦୁଇଦିନ ହେବ ହାତୀ ପଲ ଉପଦ୍ରବ ଚଳାଇଛନ୍ତି। ବନବିହାରୀପୂର ଗାଁରେ ପନିପରିବା ଫସଲ ନଷ୍ଟ କରିବା ସହ ଧାନକଳ ଘର ଭାଙ୍ଗି ଧାନଚାଉଳ ଖାଇ ଦେଇଛନ୍ତି। ସେପଟେ ଦୁଲ୍ଲଭପୁର ଗାଁରେ କୋବି ଫସଲକୁ ଖାଇବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି। ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାତିରେ ଘରେ ଶୋଇଥିବା ବେଳେ ହାତୀପଲ କିଛି ଅଘଟଣ ଘଟାଇବା ଆଶଙ୍କା କରି ଲୋକେ ଭୟଭୀତ ହୋଈପଡିଛନ୍ତି।