ପୁରୀ ୧୯-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବନବିଭାଗ ପକ୍ଷରୁ ରଥ କାଠ ଯୋଗାଣକୁ ନେଇ ସ୍ୱତନ୍ତ୍ର ସମୀକ୍ଷା। ନୟାଗଡ଼, ପୁରୀ ସମେତ ୬ଟି ବନ ବିଭାଗର ଅଧିକାରୀ ଓ ବରିଷ୍ଠ ବନ ଅଧିକାରୀ ସମୀକ୍ଷାରେ ସାମିଲ। ରଥ ନିର୍ମାଣ ନେଇ ଆବଶ୍ୟକୀୟ ରଥ କାଠ ଯୋଗାଣ ରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେ ଦିଗରେ ବନ ବିଭାଗ ଅଧିକାରୀ ମାନଙ୍କର ରଥ ନିର୍ମାଣ କରୁଥିବା ମହାରଣା ଓ ଭୋଇ ସେବକଙ୍କ ସହ କରିଛନ୍ତି ଆଲୋଚନା। ବିଶେଷ କରି ଆବଶ୍ୟକୀୟ କାଠ ଯୋଗାଣ ନେଇ ବନ ପ୍ରକଳ୍ପ ପ୍ରତିଷ୍ଠା ତଥା କାଠ ଯୋଗାଣ ସମସ୍ୟା ଦୂର କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ଭୁବନେଶ୍ୱର ସୂଚନା ଦେଇଛନ୍ତି।
ବନବିଭାଗ ପକ୍ଷରୁ ରଥ କାଠ ଯୋଗାଣକୁ ନେଇ ସ୍ୱତନ୍ତ୍ର ସମୀକ୍ଷା
