Odiapua.com

ବନବିଭାଗ ପକ୍ଷରୁ ଚଢାଉ ବିରଳ ବଜ୍ରକାପ୍ତା ଜବତ, ୭ ଗିରଫ

ମାଲକାନଗିରି, ୧୨ା୧୨ (ଓଡିଆ ପୁଅ ) ଆଜି ମାଲକାନଗିରି ବନବିଭାଗକୁ ବଡ ଧରଣର ସଫଳତା ମିଳିଛି। ବିରଳ ବଜ୍ରକାପ୍ତା ବାହର ରାଜ୍ୟକୁ ଚୋରା ଚାଲାଣ ହେଉଥିବାର ବିଶ୍ୱସ୍ତ ସୁତ୍ରରୁ ବନବିଭାଗ ଖବର ପାଇ ବନଖଣ୍ଡୀୟ ଅଧିକାରୀ ପ୍ରଦୀପ ମିରାସେଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଲକାନଗିରି ଥାନାସ୍ଥ ଭିମାରାଙ୍ଗିଣି ଗ୍ରାମରେ ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ ଓ ବନାଚଂଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବନପାଳ ଦୀପଙ୍କର ଶିଉଳୀ ଓ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ଚଢାଉ କରିଥିଲେ। ସେଠାରେ ପହଁଚିଲା ବେଳେକୁ ସାତ ଜଣ ଯୁବକ ଏହି ବଜ୍ରକାପ୍ତାକୁ ଧରି ବେପାରିମାନଙ୍କୁ ବିକ୍ରୀକରିବା ପାଇଁ ମୂଲଚାଲ କରୁଥିବାର ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ଏହି ବିରଳ ବଜ୍ରକାପ୍ତା ଜବତ ସହ ୭ ଜଣଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇ ମାଲକାନଗିରିକୁ ଅଣାଯାଇଥିଲା। ଆଜି ସନ୍ଧ୍ୟାରେ ବନାଚଂଳ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ପି.ମିରାସେ ଅଭିଯୁକ୍ତ ୭ ଜଣ ଓ ବଜ୍ରକପ୍ତାକୁ ପ୍ରଦର୍ଶନ କରିଥିଲେ। ବଜ୍ରକାପ୍ତା ଟିର ଓଜନ ପ୍ରାୟ ୧୨ କେଜିରୁ ଉର୍ଦ୍ଧ୍ୱ ହେବ। ତାହା ଏକ ବିରଳ ପ୍ରଜାତିର ହୋଇଥିବାରୁ ଏହାର ଦାମ ଲକ୍ଷାଧିକ ଟଙ୍କା ହେବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି। ଗିରଫ ୭ଜଣ ହେଲେ ମାଲକାନଗିରି ଥାନାସ୍ଥ ଅଚଂଳର ଗୋକୁଲ ନନ୍ଦ ମିସ୍ତ୍ରୀ, କମଲ ଲୋଚନ ମାଢି, ପ୍ରୀତମ ହରିଜନ, ହରିବନ୍ଧୁ ଖମାରୀ, ସମନ୍ଧପୁଜାରୀ, ପଙ୍କଜ ସରକାର, ଘଷିରାମ ପୁଜାରୀ ବୋଲି ଜଣାପଡିଛି। ବନବିଭାଗ ପକ୍ଷରୁ ବିରଳ ବଜ୍ରକାପ୍ତା ଚାଲାଣକାରିଙ୍କ ବିରୋଧରେ ମକୋଦମା ରୁଜୁକରା ଯାଇ ଅଧିକ ତଦନ୍ତ ଚାଲିଛି।