Odiapua.com

ବନବିଭାଗ ପକ୍ଷରୁ ଚଢାଉରେ ବିରଳ ବଜ୍ରକାପ୍ତା ଜବତ, ଚୋରା ଚାଲାଣ କରିବା ଅଭିଯୋଗରେ ୮ ଗିରଫ

ମାଲକାନଗିରି, ୧୭ା୧(ଓଡିଆ ପୁଅ)ବିରଳ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବାର ବିଶ୍ୱସ୍ତ ସୁତ୍ରରୁ ବନବିଭାଗ ଖବର ପାଇ ବନଖଣ୍ଡୀୟ ଅଧିକାରୀ ପ୍ରଦୀପ ମିରାସେଙ୍କ ନିର୍ଦ୍ଦେଶ କ୍ରମେ କାଲିମେଳା ଥାନାସ୍ଥ ବଦଳି ପଞ୍ଚାୟତ ନିକଟ ଫଗୁରକୋଣ୍ଡା ଗ୍ରାମରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ଙ୍କ ନେତୃତ୍ୱରେ କାଲିମେଳା ରେଞ୍ଜ ଅଫିସର ରାମଚନ୍ଦ୍ରମାଡକାମି, ମାଥିଲି, ମାଲକାନଗିରି ବନକର୍ମଚାରୀ ମାନେ ଚଢାଉକରିଥିଲେ। ସେଠାରେ ପହଁଚିଲା ବେଳେକୁ ୮ ଜଣ ଯୁବକ ଏହି ବଜ୍ରକାପ୍ତାକୁ ଧରି ବେପାରି ମାନଙ୍କୁ ବିକ୍ରିକରିବା ପାଇଁ ମୂଲଚାଲ କରୁଥିବାର ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ଏହି ବିରଳ ବଜ୍ରକାପ୍ତା ଜବତ ସହ ୮ଜଣଙ୍କୁ ଧରି ବନବିଭାଗ ଅଧିକାରୀମାନେ ମାଲକାନଗିରି କୁ ଅଣିଥେଲ। ବଜ୍ରକାପ୍ତା ଟିର ଓଜନ ପ୍ରାୟ ୬ କେଜିରୁ ଉର୍ଦ୍ଧ୍ୱହେବ, ତାହା ଏକ ବିରଳ ପ୍ରଜାତିର ହୋଇଥିବାରୁ ଏହାର ଦାମ ୫ଲକ୍ଷ ଟଙ୍କା ରୁ ଉର୍ଦ୍ଦହେବ ବୋଲି ଜଣାପଡିଛି। ଏହି ବଜ୍ରକାପ୍ତା ଚୋରାଚାଲାଣରେ ଆଉ କାହାର ସଂପୃକ୍ତି ଥାଇପାରେ କି ବୋଲି ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଳିଛି। ଅଟକ୮ଜଣଙ୍କୁ ବନବିଭାଗ କାର୍ଯ୍ୟାଳୟରେ ରଖାଯାଇ ପଚରା ଉଚରା କରିବା ପରେ ଗିରଫ କରାଯାଇ ସେମାନଙ୍କ ନାମରେ କେସ ରୁଜୁହୋଇ ଥିବାର ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ ମାସରେ ମାଲକାନଗିରି ବନାଞ୍ଚଳ ରୁ ୧୨କେଜି ଓଜନର ବିରଳ ବଜ୍ରକାପ୍ତା କୁ ଉଦ୍ଧାର କରାଯାଇ ଚୋରା ଚାଲାଣ ଅଭି ଯୋଗରେ ୭ଜଣଙ୍କୁ ଗିରଫ କରାଯାଇଥିଲା।