Odiapua.com

ବନବିଭାଗ ଦ୍ୱାରା ୧୦ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ବାଲିଗୁଡ଼ା, ୨୫/୦୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହି ରୁ ୧୦ଫୁଟ ଲମ୍ବର ଗୋଟିଏ ଅହିରାଜ ସାପ ଉଦ୍ଧାର କରିଛି କୋଟଗଡ଼ ବନବିଭାଗ। ସୂଚନାନୁସାରେ କୋଟଗଡ଼ ବତାଗୁଡ଼ା ନିକଟ ସଗଡ଼ିଆ ସାହିର କିଛି ଲୋକ ଏକ ୧୦ ଫୁଟରୁ ଉର୍ଦ୍ଧ୍ବ ଲମ୍ବର ବିଷଧର ଅହିରାଜ ସାପକୁ ଦେଖିଥିଲେ ଓ ସଙ୍ଗେ ସଙ୍ଗେ କୋଟଗଡ଼ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ୍ୟ ଜନ୍ତୁ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଂଚି ସାପକୁ ସୁରକ୍ଷିତ ସହ ଉଦ୍ଧାର କରିବା ପରେ କୋଟଗଡ଼ ନିକଟସ୍ଥ ପିପାଡି ଜଙ୍ଗଲରେ ସମ୍ପୃକ୍ତ ବନ କର୍ମଚାରୀ କର୍ମଚାରୀ ଛାଡ଼ିଦେଇଥିବା କହିଛନ୍ତି।