Odiapua.com

ବଧୂହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କଲା ଘଂଟେଶ୍ୱର ପୁଲିସ

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘଟଣା ଘଟିବାର ଦୀର୍ଘ ୬ମାସ ପରେ ଘଂଟେଶ୍ୱର ପୁଲିସକୁ ଏକ ସଫଳତା ମିଳିଛି। ପ୍ରାପ୍ତ ଖବରରୁ ଜଣାଯାଇଛି ବାଂଶଡା ଥାନା ଅଧିନସ୍ଥ ବଜରାପୁର ପଂଚାୟତ ଷଣ୍ଢଗଡା ଗ୍ରାମର କମଳା ନାୟକ ନିଜ ସ୍ତ୍ରୀକୁ ନିଜର ବାପା ଏବଂ ମା ସହ ମିଶି ଜୀବନରୁ ମାରି ଦେଇଥିଲେ। ଏହି ଘଟଣା ଘଟାଇ କମଳା ନାୟକଙ୍କ ପରିବାର ତାମିଲନାଡୁ ଚାଲିଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଘଂଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ଏକ ଟିମ୍ ସହ ତାମିଲନାଡୁ ଯାଇ ସେଠାରୁ କମଳା ନାୟକ ପିତା ମାଧିଆ ନାୟକ, ଏବଂ ମା ମାନସୀ ନାୟକଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ସେମାନଙ୍କୁ ଆଣି ବାଂଶଡା ଥାନାରେ ପହଂଚାଇବା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି ବୋଲି ବାଂଶଡା ଥାନାଧିକାରୀ ଦେବରାଜ ଜେନାଙ୍କ ନିକଟରୁ ପ୍ରକାଶ।