Odiapua.com

ବଧୂହତ୍ୟାକାରୀ ୫ଙ୍କୁ ଆଜୀବନ ଜେଲ

ବାଲେଶ୍ୱର, ୨୮-୨(ଓଡ଼ିଆ ପୁଅ/ଅଭୟ ଦାସ): ଗୁରୁବାର ଦିନ ଏକ ବଧୂହତ୍ୟା ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଜିଲା ଅତିରିକ୍ତ ଦୌରାଜଜ ସୁବାସ ବିହାରୀ ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର, ଶାଶୂ, ଦିଅର ସମେତ ୫ ଜଣଙ୍କୁ ଦୋଷ ସାବ୍ୟସ୍ତ ସହ ଦର୍ଡାଦେଶ ଦେଇଛନ୍ତି। ରାୟରେ ସମସ୍ତଙ୍କୁ ଅଜୀବନ କାରାଦଣ୍ଡ ଓ ୩ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ ବର୍ଷ ଲେଖାଏଁ ଜେଲଦଣ୍ଡ ଭୋଗିବା ପାଇଁ ରାୟରେ ଉଲେଖ ରହିଛି। ଘଟଣାଟି ଥିଲା ୨୦୧୪ ମସିହା ୨୨ ତାରିଖର। ସିଂଲା ଥାନା ଅନ୍ତର୍ଗତ ପଥଦୁର୍ଗା ଗ୍ରାମର ମନ୍ଦାକିନୀ ଜେନାଙ୍କୁ ଅଧିକ ଯୌତୁକ ଦାବି କରି ଶ୍ୱଶୁରଘର ଲୋକେ ପୋଡ଼ି ମାରି ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାୟ ଗୋଟିଏ ମାସ ଚିକିତ୍ସିତ ରହିବା ମଧ୍ୟରେ ମନ୍ଦାକିନୀ ମୃତ୍ୟୁବରଣ କରିଥିଲେ। ମନ୍ଦାକିନୀଙ୍କ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ସିଂଲା ପୁଲିସ ୧୬୯/୧୪ ନଂରେ ମାମଲା ରୁଜୁ ସହ ଦେବେନ୍ଦ୍ର ଜେନା, ଚିତ୍ତରଂଜନ ଜେନା, ସୁବଳ ଜେନା, ସଂଧ୍ୟାରରାଣୀ ଜେନା, ଓ ସୌମ୍ୟା ଜେନାଙ୍କୁ ଗିରଫ କରିଥିଲା। ଏହି ମାମଲାର ସମସ୍ତ ସାକ୍ଷୀଙ୍କ ବୟାନ ଓ ଆନୁସଙ୍ଗିକ ଦସ୍ତାବିଜକୁ ଭିତ୍ତି କରି ଅତିରିକ୍ତ ଜିଲା ଓ ଦୌରାଜଜ ସୁବାସ ବିହାରୀ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ସହ ଆଜୀବନ ସଶ୍ରମ କାରାଦଣ୍ଡ ଓ ଜରିମାନା ଆଦେଶ ଦେଇଛନ୍ତି।