Odiapua.com

ବଦଳୀଲେ ସିଏମ୍‌ସି ୫୬ ଓ ୫୭ ୱାର୍ଡ଼ ସି.ଓ.

କଟକ-୩ ।୦୩(ଓଡିଆପୁଅ) ସରକାରଙ୍କ ପକ୍ଷରୁ ବିଭିନ୍ନ ଜନହିତକର ଯୋଜନା ଗୁଡ଼ିକରେ ଦୁର୍ନୀତି ଓ ଅନିୟମୀତତା ଏବଂ ଗରୀବଙ୍କ ବଦଳରେ ଧନୀ ହାତେଇଥିବାକୁ ନେଇ ଜାନୁୟାରୀ ୧୪ ତାରିଖରେ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ କଟକ ମହାନଗର ନିଗମ ମୁଖ୍ୟ କର‌୍ୟ୍ୟାଳୟ ସମ୍ମୁଖରେ ବିକ୍ଷେୟାଭ ପଦର୍ଶନ କରାଯିବା ସହ ସିଓ ମାନଙ୍କ ବଦଳୀ ଦାବିରେ ସାମାଜୀକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଏପ ପ୍ରତିନିଧି ମଣ୍ଡଳୀ ସିଏମସି କମିଶନର ଅନନ୍ୟା ଦାସଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ ।

 

ସିଓ ମାନଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ଆସିବା ପରେ କମିଶନର ପତ୍ର ସଂ-୨୬୬/୨୦୨୦ରେ କେତେକ ସିଓ ମାନଙ୍କୁ ଅନ୍ୟ ୱାର୍ଡ଼କୁ ବଦଳୀ କରିଦେଇଛନ୍ତି ।  ଏହା କମିଶନରଙ୍କ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।  ସିଏମ୍‌ସି ୫୬  ଓ ୫୭ ନମ୍ବର ୱାର୍ଡ଼ରେ ଗୋଷ୍ଠୀ ସଂଗଠୀକା ଭାବେ ଦାୟୀତ୍ୱରେ ଥିବା ବିଶ୍ୱମୈତ୍ରୀ ମିଶ୍ରଙ୍କୁ ୪୫ ଓ ୫୦ ନମ୍ବର ୱାର୍ଡ଼କୁ ବଦଳୀ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ମମତା ରାଉତଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି କିନ୍ତୁ  ସିଓମାନେ ଆଜି ପର‌୍ୟ୍ୟନ୍ତ ନୂତନ ୱାର୍ଡ଼ରେ କାହିଁକି କାର‌୍ୟ୍ୟ କରୁନାହାଁନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶଥାଉକି ଗରୀବଲୋକଙ୍କ ପାଇଁ ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସ୍ୱଛ ଭାରତ ଅଭିଯାନରେ ମିଳୁଥିବା ବ୍ୟକ୍ତିଗତ ପାଇଖାନାରେ ଅନୀୟମିତତା ହୋଇଥିବା ଜଣାପଡ଼ିଥିଲା ।  ସିଏମ୍‌ସି ୱାର୍ଡ଼ ନଂ-୩୮ କଲେଜଛକ ଗୋରଖା କଲୋନୀର ଜଣେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ କର୍ମଚାରୀ ବେଆଇନ ଭାବେ ପାଇଖାନା ହାତେଇବା ସହିତ କେଉଁ ଆଧାରରେ ସିଏମ୍‌ସି ୫୬ ନମ୍ବର ୱାର୍ଡ଼ର ବାସିନ୍ଦା ଦର୍ଶାଇ ପାଇଖାନା ଟଙ୍କା ଲୁଟିଛନ୍ତି । ସେହିପରି   ହରିରାଜପୁର, ମିର୍ଜାପୁର, ଭଦିମୂଳର ବାସିନ୍ଦା ୫୬ ନମ୍ବର ୱାର୍ଡ଼ର ବାସିନ୍ଦା ଦର୍ଶାଇ ଟଙ୍କା  ଉଠାଇଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଭିନ୍ନ ଭତାରେ  ମଧ୍ୟ ଅନେକ ଅନୀୟମିତତା ହୋଇଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ସିଓ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁ ସରକାରୀ ଯୋଜନା ବାଟମାରଣା ହେଉଛି ବୋଲି  ଏହାର ବିଧିବଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ସିଓ ମାନଙ୍କୁ ବଦଳୀ କରିବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଥିଲା ।  ତେବେ ଦୀର୍ଘବର୍ଷ ହେଲା ବରିଷ୍ଠ ସିଓ ମାନଙ୍କୁ କାହିଁକି ବଦଳୀ କରାଯାଉନାହିଁ ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି ।ବିରଞ୍ଚି ନାରାୟଣ